ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପାଇଁ ଆଜିଠୁ ଅନଲାଇନରେ ଉପଲବ୍ଧ ହେବ ଆଡମିଟ କାର୍ଡ

0

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଶଦ ଦ୍ୱାରା ପରିଚାଳିତ +୨ ବୋର୍ଡ ପରୀକ୍ଷା ପାଇଁ ଆଜିଠୁ ଅନଲାଇନ ଆଡମିଟ କାର୍ଡ ଉପଲବ୍ଧ ହେବ । ସାମସ୍ ଇ-ସ୍ପେସ୍‌‌ରୁ କଲେଜ କର୍ତ୍ତୃପକ୍ଷ ଆଡମିଟ୍‌‌-କାର୍ଡ ଡାଉନ୍‌‌ଲୋଡ୍‌‌ କରିପାରିବେ। ସେଥିରେ କୌଣସି ତ୍ରୁଟି ଥିଲେ, ପରିଷଦକୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି, ଛାତ୍ରଛାତ୍ରୀଙ୍କୁ ଆଡମିଟ୍‌ କାର୍ଡ ପ୍ରଦାନ କରିବା ପୂର୍ବରୁ ଅଧ୍ୟକ୍ଷ ଓ ପରୀକ୍ଷାର୍ଥୀଙ୍କ ଦସ୍ତଖତ ସୁନିଶ୍ଚିତ କରିବାକୁ କୁହାଯାଇଛି।  କଳା, ବିଜ୍ଞାନ, ବାଣିଜ୍ୟ ଓ ଭୋକେସନାଲ୍‌‌ ବିଭାଗରେ ପରୀକ୍ଷା ଦେବାକୁ ଥିବା ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର୍‌ ଛାତ୍ରଛାତ୍ରୀଙ୍କ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ। ଏନେଇ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଜାନୁୟାରୀ ୨ ତାରିଖରୁ +୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେଉଛି। ସେହିପରି ଲିଖିତ ପରୀକ୍ଷା ଫେବ୍ରୁୟାରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ପ୍ରାୟ ୩ଲକ୍ଷ ୮୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାପାଇଁ ଫର୍ମ ପୂରଣ କରିଛନ୍ତି।