+୨ ଫର୍ମପୂରଣ ପାଇଁ ପୁଣିଥରେ ସୁଯୋଗ, ଡିସେମ୍ବର ୨୦ରୁ ୨୨ ପର୍ଯ୍ୟନ୍ତ ଫର୍ମପୂରଣ

0

ଭୁବନେଶ୍ୱର : +୨ ଫର୍ମ ପୂରଣ ପାଇଁ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସୁଯୋଗ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱରା ସୁଯୋଗ ଦିଆଯାଇଛି । ବିଜ୍ଞାନ, ବାଣିଜ୍ୟ, କଳା, ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ପାଇଁ ଯେଉଁ ଛାତ୍ରୀଛାତ୍ରମାନେ ଫର୍ମପୂରଣ କରିନାହାନ୍ତି, ସେମାନେ ଆସନ୍ତା ୨୦ରୁ ୨୨ ତାରିଖ ମଧ୍ୟରେ ଧାର୍ଯ୍ୟ ଫି’ ଦେଇ ଫର୍ମ ପୂରଣ କରିପାରିବେ। ସମସ୍ତ ତଥ୍ୟ ୨୬ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ପରିଷଦ ପକ୍ଷରୁ ଏ ନେଇ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଫର୍ମ ପୂରଣ କରିବା ପାଇଁ ଗତ ୧୩ତାରିଖ ଶେଷ ଦିନ ଥିଲା। ହେଲେ ବହୁ ଛାତ୍ରଛାତ୍ରୀ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ପୁଣି ଏକ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ଫର୍ମପୂରଣ ପାଇଁ ସୁଯୋଗ ଦିଆଯାଇଛି। କିନ୍ତୁ ଏହାପରେ ଆଉ କୌଣସି ଅନୁରୋଧକୁ ଗ୍ରହଣ କରାଯିବ ନାହିଁ ବୋଲି ଦର୍ଶାଯାଇଛି। ସୂଚନାଯୋଗ୍ୟ, ଗତ ୧୩ ତାରିଖ ସୁଦ୍ଧା ମୋଟ ୩,୮୪,୫୯୭ଜଣ ଫର୍ମପୂରଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୩,୫୯,୦୩୯ଜଣ ରେଗୁଲାର୍‌ ଓ ୨୫,୫୫୮ଜଣ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ଅଛନ୍ତି। +୨ ବୋର୍ଡ ପରୀକ୍ଷା ଫେବୃୟାରୀ ୧୬ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ତାରିଖରେ ଶେଷ ହେବ।