ଭୁବନେଶ୍ବର : ଭୁବନେଶ୍ବର ଡବଲ ମର୍ଡର ଘଟଣାରେ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏସମ୍ପର୍କରେ ପ୍ରେସମିଟରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
କିଛି ଦିନ ପୂର୍ବରୁ କଲ୍ୟାଣୀ ପ୍ଲାଜା ଆପାର୍ଟମେଣ୍ଟରେ ଗାଡି ପାର୍କିଂରୁ ଏହି ହତ୍ୟାକାଣ୍ଡ ଘଟିଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ପ୍ରଦୀପକୁ ପୁରୀରୁ ଗିରଫ କରାଯାଇଥିବା ବେଳେ ଗଣେଶକୁ ଚଣ୍ଡିଖୋଲରୁ ଗିରଫ କରାଯାଇଛି ।
ଅଭିଯୁକ୍ତ ଗଣେଶ ଦୁଇ ଦିନ ତଳେ ଗାଡି ରଖିବାକୁ ମନା କରିଥିଲା। ପାର୍କିଂ ଆଲର୍ଟ ନଥିବାରୁ ମୃତକ ରଶ୍ମୀ ଗାଡି ରଖିଥିଲେ । ତାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।
ଉତ୍ତ୍ୟକ୍ତ ହୋଇ ପ୍ରଦୀପ ଛୁରୀରେ ରଶ୍ମୀକୁ ଆକ୍ରମଣ କରିଥିଲେ। ଅଟକାଇବାରୁ ରଶ୍ମୀର ସାଙ୍ଗ ସମ୍ବିତଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।ରଶ୍ମୀ ଓ ସମ୍ବିତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।