ପୁରୀ: ସମୁଦ୍ରରେ ବୁଡି ୨ ବଙ୍ଗୀୟ ପର୍ୟ୍ୟଟକ ମୃତ । ଆଜି ଏପରି ହୃଦୟବିଦାରକ ଘଟଣା ଘଟିଛି ପୁରୀରେ । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିଲେ ପଶ୍ଚିମବଙ୍ଗର ୫ ଜଣ ପର୍ଯ୍ୟଟକ । ଆଜି ଶ୍ରୀକ୍ଷେତ୍ର ବୁଲିବାକୁ ଆସି ସମୁଦ୍ରରେ ଗାଧୋଉଥିଲେ । ଠିକ୍ ସେହି ସମୟରେ ସମୁଦ୍ର ଭିତରୁ ଆସିଥିଲା ଏକ ବଡ଼ ଲହଡି। ଆଉ ସେହି ଲହଡିରେ ୩ ଜଣ ଭାସିଯାଇ ଥିଲେ। ଲାଇଫ୍ଗାର୍ଡମାନେ ସେମାନଙ୍କୁ ଉଦ୍ଧାର ପାଇଁ ଯାଇଥିଲେ। ସେମାନଙ୍କ ଭିତରୁ ସୁନୀଲ୍ ଶେଖରଙ୍କୁ ଉଦ୍ଧାର କରିପାରିଥିଲେ।
ତେବେ ଅନ୍ୟ ଦୁଇ ଜଣଙ୍କ ପତ୍ତା ପାଇନଥିଲେ। କିଛି ସମୟରେ ଭାସିଯାଇଥିବା ଦୁଇ କୂଳକୁ ଆସିଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ପୁରୀ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ସୁନୀଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗ ଜନକ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି। ଖବର ପାଇ ଦୁଇ ମୃତକଙ୍କ ପରିବାର ଲୋକେ ଥାନାରେ ପହଞ୍ଚିଛନ୍ତି। ବାପ ଓ ପୁଅଙ୍କ ସମେତ ଗୋଟିଏ ପରିବାରର ୫ ଜଣ ପର୍ୟ୍ୟଟକ ବୁଡ଼ିଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କିନ୍ତୁ ଅନ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିମାନେ ହେଲେ ରଂଜନ ଦାସ (୫୦) ଓ ତାଙ୍କର ପୁଅ ଋଷଭ ଦାସ (୧୬) । ପୁରୀ ସମୁଦ୍ରକୂଳ ଥାନା ପୁଲିସ ୨ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।