ଭୁବନେଶ୍ୱର : ଆଖି ବୁଜିଲେ ୨ ସିଂହୀ ଶାବକ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ ଗୁରୁବାର ସିଂହୀ ବିଜ୍ଲିର ଜନ୍ମିତ ୫ଶାବକଙ୍କ ମଧ୍ୟରୁ ଦୁଇ ଦିନରେ ଦୁଇଟି ଶାବକଙ୍କ ମୃତ୍ୟୁ ହୋଇଛି । ଶାବକ ଜନ୍ମ ଦେବା ପରେ ବିଜ୍ଲି ଦୁଇଟିଙ୍କୁ ଗ୍ରହଣ କରିନଥିଲା । ଦୁଇ ଶାବକ ମା’ କ୍ଷୀରରୁ ବଞ୍ଚିତ ରହିବାରୁ ଦୁର୍ବଳ ହୋଇଯାଇଥିଲେ । ଫଳରେ ଦୁଇ ଶାବକଙ୍କୁ ମା’ଠାରୁ ଅଲଗା କରାଯାଇଥିଲା । ସେଥିମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣକୁ ପ୍ରାଣୀ ଚିକିତ୍ସାଳୟ ଅଣାଯାଇଥିଲା । ପ୍ରାଣୀ ଚିକିତ୍ସକମାନେ ତା’ର ଚିକିତ୍ସା ଜାରି ରଖିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତା’ର ଆଜି ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ୨୦୨୧ ମସିହା ଜୁଲାଇ ୨୧ରେ ବିଜଲୀ ପ୍ରଥମଥର ପାଇଁ ମା ହୋଇ ୪ ଟି ଛୁଆ ଜନ୍ମକରିଥିଲା । ୨୦୨୨ ମାର୍ଚ୍ଚ ୧୭ ରେ ଦ୍ୱିତୀୟ ଥର ଓ ନଭେମ୍ବର ୨୨ରେ ତୃତୀୟ ଥର ପାଇଁ ମାଆ ହୋଇଥିଲା ବିଜଲୀ । ଏବେ ଚତୁର୍ଥ ଥର ପାଇଁ ମାଆ ହୋଇଛି ସିଂହୀ। ଏହାପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୨୬କୁ ବୃଦ୍ଧି ପାଇଥିଲା ।