ଓୟୁଏଟିରେ ୨ଦିନିଆ ଭାରତୀୟ କ୍ଷେତ୍ର ବିଜ୍ଞାନ ସମାଜର ଜାତୀୟ ଆଲୋଚନା ଚକ୍ର

0

ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ଭାରତୀୟ କ୍ଷେତ୍ର ବିଜ୍ଞାନ ସମାଜର ଓଡିଶା ଅଧ୍ୟାୟର ମିଳିତ ପ୍ରଚେଷ୍ଟାରେ ଜଳବାୟୁ ଅନୁକୂଳ କୃଷି ଓ ଖାଦ୍ୟ ଉତ୍ପାଦନ ନିମିତ୍ତ ସମ୍ବଳ ପରିଚାଳନା ଶୀର୍ଷକ ୨ ଦିନିଆ ଜାତୀୟ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ତେଜ ପ୍ରତାପ ଯୋଗ ଦେଇଛନ୍ତି । ସେ ମତ ରଖିଛନ୍ତି ଯେ, ଜଳବାୟୁ ଅନୁକୂଳ କୃଷି ବ୍ୟବସ୍ଥା ପରିପ୍ରେକ୍ଷୀରେ ଆମ ଫସଲ ପରିବେଶରେ ତାପମାତ୍ରା ଓ ବର୍ଷାପାତର ପ୍ରଭାବ ସମ୍ପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ଫସଲ ଅମଳ କ୍ଷେତ୍ରରେ ବ÷ଷୟିକ ଜ୍ଞାନ କୌଶଳର ପ୍ରୟୋଗ ସହ ରୁତୁଭିତ୍ତିକ ଚାଷକୁ ଗୁରୁତ୍ୱ ଦେବାକୁ ହେବ । ଭାରତରେ ଅଧିକରୁ ଅଧିକ ଫସଲ ଅମଳର ଆବଶ୍ୟକତା ଥିବା ବେଳେ ଭିନ୍ନ ଭିନ୍ନ ସ୍ଥାନରେ ଜଳବାୟୁ ଅନୁପୂରକ ଫସଲ ଅମଳ କରିବାକୁ ଆହ୍ୱାନ ହୋଇଛନ୍ତି ।


ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଭାରତୀୟ କ୍ଷେତ୍ର ବିଜ୍ଞାନ ସମାଜ ନୂଆଦିଲ୍ଲୀର ସମ୍ପାଦକ ତଥା ଭାରତୀୟ କୃଷି ଗବେଷଣା ଅନୁଷ୍ଠାନର କ୍ଷେତ୍ର ବିଜ୍ଞାନ ମୁଖ୍ୟ ପ୍ରଫେସର ସଞ୍ଜୟ ସିଂ ରାଠୋର ଫସଲର ଉତ୍ପାଦକତା ଶକ୍ତି ବୃଦ୍ଧି ପାଇଁ ସମ୍ବଳ ପରିଚାଳନାର ଗୁରୁତ୍ୱ ସମ୍ପକ ସମ୍ପର୍କରେ ଆଲୋକ ପାତ କରିଥିଲେ ।


କୃଷି ମହାବିଦ୍ୟାଳୟ ତଥା ଗବେଷଣା ବିଭାଗ ଅଧ୍ୟକ୍ଷ ପ୍ରଫେସର ହୃଷିକେଶ ପାତ୍ର ଅତିଥି ପରିଚୟ ଦେଇଥିବା ବେଳେ , ପରିଚାଳନା ସମ୍ପାଦକ ପ୍ରଫେସର ବିଜୟ କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ । ଦୁଇ ଦିନ ଧରି ଚାଲୁଥିବା ଏହି ଅଲୋଚନାରେ ବହୁ ବିଶିଷ୍ଟ ବୈଜ୍ଞାନିକ ,ଅଧ୍ୟକ୍ଷ, ବୈଜ୍ଞାନିକ , ଛାତ୍ରଛାତ୍ରୀ ଯୋଗ ଦେଇ ଜଳବାୟୁ ଶୀର୍ଷକରେ ଫସଲ ଉପରେ ଆଲୋଚନା କରିଛନ୍ତି ।