ସଡ଼କ ଦୁର୍ଘଟଣାରେ ୨ ମୃତ୍ୟୁ, ଜଣେ ଗୁରୁତର

0

ନବରଙ୍ଗପୁର / ଟୁକୁନା ଖୁରା:  ସଡ଼କ ଦୁର୍ଘଟଣାରେ ୨ ମୃତ୍ୟୁ, ଜଣେ  ଗୁରୁତର। ଆଜି ଅପରାହ୍ନରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ମେଣ୍ଟ୍ରି  ତେନ୍ତୁଳିଗଛ ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ   । ଏହି ଦୁର୍ଘଟଣାରେ  ୨ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ମାନେ ହେଲେ ଅଞ୍ଚଳଗୁମ୍ମା ପଞ୍ଚାୟତ ଚିତ୍ରକୋଟ ଗ୍ରାମର ଲଳିତ ମାଝୀଙ୍କ ପୁଅ ପୂର୍ଣ୍ଣ ଚନ୍ଦ୍ର ମାଝୀ (୨୩ବର୍ଷ ) ଓ ଦେବିକାନ୍ତ ବାଣୁଆଙ୍କ ପୁଅ ହେମନ୍ତ ବାଣୁଆ ୨୪ବର୍ଷ ବୋଲି ଜଣାପଡିଛି। ଏବଂ ଅନ୍ୟ ଗୁରୁତର ଆହତ ପୂଜାରୀଗୁଡ଼ା ଗ୍ରାମର ପାତ୍ର ଭତ୍ରା ଙ୍କ ପୁଅ ସଞ୍ଜିପ ଭତ୍ରା ବୋଲି ଜଣାପଡ଼ିଛି। ଗୁରୁତରଙ୍କୁ ତେନ୍ତୁଳିଖୁଣ୍ଟି  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ତେନ୍ତୁଳିଖୁଣ୍ଟି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଦୁଇ ଯୁବକଙ୍କ ମୃତ୍ୟୁ କୁ ନେଇ ଚିତ୍ରକୋଟ ଗ୍ରାମରେ ଶକର ଛାୟା ଖେଳିଯାଇଛି।