ସୋର : ବଜ୍ରପାତରେ ଚାଲିଗଲା ୨ ଜୀବନ । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବାଲେଶ୍ବର ଜିଲ୍ଲାରେ ଏଭଳି ଦୁଃଖଦ ଘଟଣା ଘଟିଛି ।
ବାଲେଶ୍ବର ଜିଲ୍ଲା ଗୋପୀନାଥପୁର ପଞ୍ଚାୟତ ରାଇପୀତାମ୍ବର ଗାଁର ବସନ୍ତ ଦାସ, ନରେନ୍ଦ୍ର ବିଶ୍ୱାଳ ଓ ସୁରେନ୍ଦ୍ର ସାହୁ ନିକଟସ୍ଥ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲା । ଏଥିରେ ତିନି ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବସନ୍ତ ଓ ନରେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ଆହତ ସୁରେନ୍ଦ୍ର ଚିକିତ୍ସଧୀନ ଅଛନ୍ତି।
ସେହିପରି ବଜ୍ରପାତରେ ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତର ଦିଗି ଗାଁରେ ଭରତ ଜେନାଙ୍କ ଗୁହାଳ ଘର ପୋଡ଼ି ୪ଟି ଛେଳି ଅର୍ଦ୍ଧଦଗ୍ଧ ହୋଇଥିବାବେଳେ ଗୋଟିଏ ଛେଳିର ମୃତ୍ୟୁ ଘଟିଛି।