ଆଜିରୁ ଆରମ୍ଭ ହେଇଛି ଯୁକ୍ତ ୨ ଖାତା ଦେଖା

ଖାତା ଦେଖା ଅନଲାଇନ ଓ ଅଫଲାଇନରେ ଚାଲିଛି

0

ଭୁବନେଶ୍ୱର:ଆଜିରୁ ଆରମ୍ଭ ହେଇଛି ଯୁକ୍ତ ୨ ଖାତା ଦେଖା । ଉଭୟ ଅନଲାଇନ ଓ ଅଫଲାଇନରେ ଚାଲିଛି ଖାତା ଦେଖା । ଦୁଇଟି ସିଫ୍ଟରେ ଖାତା ଦେଖା ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ପ୍ରଥମ ସିଫ୍ଟ ସକାଳ ୮ରୁ ୧ଟା ଏବଂ ଦ୍ୱିତୀୟ ସିଫ୍ଟ ଅପରାହ୍ଣ ୧ଟାରୁ ୬ଟା ଯାଏଁ ନିର୍ଦ୍ଧାରଣ କରାଯାଇଛି।ଏପ୍ରିଲ୍ ୧୦ରୁ ୨୨ ତାରିଖ ଯାଏଁ ପ୍ରଥମ ପର୍ୟ୍ୟାୟ ଖାତାଦେଖା ପ୍ରକ୍ରିୟା ଚାଲିବ । ସେହିପରି ଦ୍ୱିତୀୟ ପର୍ୟ୍ୟାୟ ଖାତାଦେଖା ଏପ୍ରିଲ୍ ୨୩ରୁ ଆରମ୍ଭ ହୋଇ ମେ’ ୭ତାରିଖ ଯାଏଁ ଚାଲିବ ବୋଲି ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି।ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବାର୍ଷିକ ପରୀକ୍ଷାର ୮୦ ପ୍ରତିଶତ ଓ ଇଣ୍ଟରନାଲ୍ ଆସେସମେଣ୍ଟର ୨୦%କୁ ବିଚାରକୁ ନେଇ ପିଲାଙ୍କ ପ୍ରତ୍ୟେକ ବିଷୟର ମୂଲ୍ୟାୟନ କରାଯିବ।ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ମେ ଶେଷ ସୁଦ୍ଧା ପ୍ରକାଶ କରିବା ପାଇଁ ସିଏଚଏସଇ ଲକ୍ଷ୍ୟ ରଖିଥିବାବେଳେ କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ କରିବା ପାଇଁ ପରିଷଦ ପ୍ରସ୍ତୁତି ଚଳାଇଛି।

ସୂଚନାଥାଉକି ଚଳିତବର୍ଷ ରାଜ୍ୟର ୧୧୪୫ଟି ପରୀକ୍ଷକେନ୍ଦ୍ରରେ ୩ଲକ୍ଷ ୫୦ ହଜାରରୁ ଅଧିକ ପରୀକ୍ଷାର୍ଥୀ +୨ ପରୀକ୍ଷା ଦେଇଛନ୍ତି। କଳାରେ ୨ଲକ୍ଷ ୩୩ହଜାର ୮୫୫ ଜଣ ପରୀକ୍ଷାର୍ଥୀ ଥିବା ବେଳେ ବିଜ୍ଞାନରେ ୯୩ହଜାର ୮୯୪ଜଣ, ବାଣିଜ୍ୟରେ ୨୪ହଜାର ୩୧୧ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୮୨୨ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୫ହଜାର ୫୯୭ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଥିବାବେଳେ ।