+୨ ପରୀକ୍ଷା ନେଇ ସରିଛି ପ୍ରସ୍ତୁତି ବୈଠକ : ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ  ପରୀକ୍ଷା

0

ଭୁବନେଶ୍ୱର: ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଚାଲିବ +2 ପରୀକ୍ଷା। ମୋଟ ୨୨ଟି ସିଟିଂ ରେ ହେବ ପରୀକ୍ଷା। ବିଜ୍ଞାନ, କଳା, ଧନ୍ଦାମୂଳକ, ବାଣିଜ୍ୟ ଛାତ୍ର ଛାତ୍ରୀ ଦେବେ ପରୀକ୍ଷା। ମୋଟ 3 ଲକ୍ଷ 93 ହଜାର 618  ଜଣ ପରୀକ୍ଷାର୍ଥୀ ଦେବେ ପରୀକ୍ଷା। ପ୍ରଥମ ଦିନ ପରୀକ୍ଷା ଦେବେ ବିଜ୍ଞାନ ବିଭାଗର ସାହିତ୍ୟ ପରୀକ୍ଷା। ଯୁକ୍ତ ୨ ପରୀକ୍ଷା ନେଇ ଆଜି ସରିଛି ପ୍ରସ୍ତୁତି ବୈଠକ। ଆଜି  ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ବସିଥିଲା ବୈଠକ ।

ଦିନ ୧୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଛି ଆଲୋଚନା। ସମସ୍ତ ଜିଲାପାଳ,  ଏସପି,  ଭୁବନେଶ୍ଵର କଟକ ପୋଲିସ କମିଶନର, ପରୀକ୍ଷା ପରିଚାଳନା ହବ ସୁପର ଭାଇଜର ଙ୍କ ସହିତ ହୋଇଛି ଆଲୋଚନା | ଜିଲ୍ଲାପାଳ ଓ sp ଙ୍କୁ ପରୀକ୍ଷା ପରିଚାଳନା ରେ ସାହାଯ୍ୟ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଧେଶ |

୨୦୫ ପରୀକ୍ଷା ହବ ହୋଇଛି। ୨୪ ଘଣ୍ଟିଆ ସିସିଟିଭି ନଜରରେ ରହିବ ହବ । ସକାଳ ୦୮: ୩୦ ସୁଧା ପ୍ରଶ୍ନ ପତ୍ର ହଲରେ ପଂହଁଚିବ । ତାପମାତ୍ରା କୁ ଦେଖି ପରୀକ୍ଷା ସେଣ୍ଟରରେ ORS ଓ ପାଣି ବ୍ୟବସ୍ଥା ହେବ। ୧୨୭୬ ଟି ପରୀକ୍ଷା ସେଣ୍ଟର ରହିଛି | ପ୍ରଶ୍ନ ପତ୍ର ଲିକ ବା ଗୁଜବ କଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଧେଶ |  କପି ରୋକିବା ପାଇଁ 5 ସ୍ତରରେ ବ୍ୟବସ୍ଥା ହୋଇଛି | ନୂଆ ସ୍କ୍ୱାଡ଼ ବ୍ୟବସ୍ଥା ହୋଇଛି | 30 ଜିଲାରେ 35 ଜାଗାରେ ଆଗୁଆ ସ୍କ୍ୱାଡ଼ ରହିବେ |

ତାଙ୍କ ପରିଚୟ କେହି ଜାଣିବେନି | ହଟାତ ପରୀକ୍ଷା କେନ୍ଦ୍ର ରେ ପଂହଁଚିବେ | ଚଳିତ ଥର କୌଣସି ସିଲାବସ ଚେଞ୍ଜ ହୋଇନାହିଁ। କେବଳ ପାର୍ଟନ ବଦଳିଛି। ସବୁ ସେଣ୍ଟରରେ ସିସି ଟିଭିକୁ ଗୁରୁତ୍ୱ। ଵିଭ୍ରାନ୍ତିକର ଖବର କିମ୍ବା ଗୁଜବ ଖବରରୁ ପିଲାମନଙ୍କୁ ଦୁରେଇ ରହିବାକୁ ବାର୍ତା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ।