ଭୁବନେଶ୍ୱର: ଆସନ୍ତା କାଲା ଠାରୁ ଆରମ୍ଭ ହେବ +୨ ପରୀକ୍ଷା । ଯୁକ୍ତ ୨ ପରୀକ୍ଷା ନିମନ୍ତେ ୨୦୫ ହବରେ ମହଜୁଦ ରହିଛି ପ୍ରଶ୍ନପତ୍ର । ସକାଳ ୮.୩୦ରେ ହବରୁ ବାହାରି ସେଣ୍ଟରରେ ପହଞ୍ଚିବ ପ୍ରଶ୍ନପତ୍ର । ସିସିଟିଭି କ୍ୟାମେରାରେ ପଞ୍ଚସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥାରେ ସ୍ୱଚ୍ଛତାର ସହ ପରୀକ୍ଷା କରିବାକୁ ସିଏଚଏସଇ ପ୍ରସ୍ତୁତ ରହିଛି । ତେବେ ସକାଳ ୧୦ଟାରୁ ଦିନ ୧ଟା ଯାଏଁ ହେବ ପରୀକ୍ଷା । ତେବେ ଏହି ପରୀକ୍ଷା ଦେବେ ପ୍ରାୟ ୩ଲକ୍ଷ୯୩ହଜାର ୬୧୮ ପରୀକ୍ଷାର୍ଥୀ ।
ତେବେ ପ୍ରଥମ ଦିନ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀ ଦୋବେ ସାହିତ୍ୟ ପରୀକ୍ଷା । ୯.୩୦ ସୁଦ୍ଧା ସେଣ୍ଟରରେ ପହଞ୍ଚିବେ ପରୀକ୍ଷାର୍ଥୀ । ତେବେ ଖରାକୁ ଦୃଷ୍ଟିରେ ରଖି ସାଙ୍ଗରେ ପାଣି ନେଇ ଯ୍ଧବପାରିବେ ପରୀକ୍ଷାର୍ଥୀ । ହେଲେ ପରୀକ୍ଷା ହଲକୁ ପାଣି ବୋତଲ ମନା ।ସଂପୂର୍ଣ୍ଣ ସ୍କ୍ରିନିଂ ପରେ ପିଲାଙ୍କୁ ପରୀକ୍ଷା ହଲକୁ ଛଡାଯିବ ।ସକାଳ ୯.୫୦ ରେ ପାଇବେ ଉତ୍ତର ଖାତା ୯.୫୫ରେ ପ୍ରଶ୍ନପତଅ ପାଇବେ । ମୋଟ ୩୨ ପେଜର ଉତ୍ତର ଖାତା ଚେକ୍ କରିବା ପରେ ୧୦ ଟାରୁ ଉତ୍ତର ଲେଖା ଆରମ୍ଭ କରିବେ ।