୧୮ରୁ ଆରମ୍ଭ ହେବ +୨ ପରୀକ୍ଷା : ୧୨ରୁ ୧୫ ମଧ୍ୟରେ ହବ୍ଗୁଡ଼ିକୁ ପଠାଯିବ ପ୍ରଶ୍ନପତ୍ର

0

ଭୁବନେଶ୍ୱର : ପରୀକ୍ଷା ପାଇଁ ଲାଗି ପଡିଛନ୍ତି ଛାତ୍ରଛାତ୍ରୀ । କାରଣ ଆସନ୍ତା ୧୮ରୁ ଆରମ୍ଭ ହେବ +୨ ପରୀକ୍ଷା । ଏଥିପାଇଁ ମଧ୍ୟ ଶିକ୍ଷା ପରିଷଦର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଏକା ସମୟରେ ହେବ ବୋଲି ସ୍ତିର କରାଯାଇଛି । ଆସନ୍ତା ୧୨ରୁ ୧୫ ତାରିଖ ମଧ୍ୟରେ ହବ୍ଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବ। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଦୁଇଟି ପର୍ଯ୍ୟାୟରେ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ପଠାଇବାକୁ ବ୍ୟବସ୍ଥା ହୋଇଛି।
ସେହିପରି ପରୀକ୍ଷା ସରିବା ମାତ୍ରେ ଖାତାଦେଖା ଆରମ୍ଭ ହେବ। ଅନ୍ଲାଇନ୍ ମୂଲ୍ୟାୟନକୁ ଏଥର ଗୁରୁତ୍ୱ ଦେଉଛି ପରିଷଦ। ସେପଟେ ଚଳିତ ବର୍ଷ ମୋଟ୍ ୧୨୭୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କୁ ମିଶାଇ ମୋଟ୍ ୩ଲକ୍ଷ ୯୩ ହଜାର ୬୧୮ ଜଣ ପିଲା ଫର୍ମ ପୂରଣ କରିଛନ୍ତି।