ଛତିଶଗଡ଼-: ଛତିଶଗଡ଼ର ଆବୁଝମାଡ଼ ଜଙ୍ଗଲରେ ଗୁଳିବିନିମୟ ଘଟି ୨ ମହିଳା ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରେ ବହୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ମାଓବାଦୀଙ୍କ ଦ୍ଵାରା ବ୍ୟବହୃତ ସାମଗ୍ରୀ ଜବତ ହୋଇଛି।
ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମହିଳା ନକ୍ସଲ ନିହତ ହୋଇଛନ୍ତି। ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ନକ୍ସଲ ମୁହାଁମୁହିଁ ହୋଇଥିଲେ। ନକ୍ସଲମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ଏକ ମିଳିତ ଦଳ ନକ୍ସଲ ବିରୋଧୀ ଅପରେସନରେ ବାହାରିଥିବା ବେଳେ ଅବୁଝମାଡ ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଜଣ ମହିଳା ନକ୍ସଲ ନିହତ ହୋଇଥିଲେ । ଏନକାଉଣ୍ଟର ପରେ ଘଟଣାସ୍ଥଳରୁ ଏକ INSAS ରାଇଫଲ୍, ଏକ .315 ବୋର ଅସ୍ତ୍ର, ମେଡିକାଲ୍ କିଟ୍ ଆଦି ମାଓ ସାମଗ୍ରୀ ଜବତ କରାଯାଇଥିଲା।