ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍, ୧୨ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ଜାରି

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ । ବର୍ତ୍ତମାନ ୧୨ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ଜାରି ରହିଥବା ବେଳେ ଉପରମୁଣ୍ଡରେ ବର୍ଷା କରିଥିବାରୁ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୯୯ କ୍ୟୁସେନକ ପାଣି ପ୍ରବେଶ କରୁଛି।

0

(ହୀରାକୁଦ) : ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ । ବର୍ତ୍ତମାନ ୧୨ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ଜାରି ରହିଥବା ବେଳେ ଉପରମୁଣ୍ଡରେ ବର୍ଷା କରିଥିବାରୁ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୯୯ କ୍ୟୁସେନକ ପାଣି ପ୍ରବେଶ କରୁଛି।

ସୂଚନାନୁଯାୟୀ , ଗତକାଲି ହୀରାକୁଦ ଜଳଭଣ୍ଡାର ୧୪ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ଆଜି ସକାଳେ ୨ଟି ସୁଇଜ ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ୧୨ଟି ଗୋଟ୍ ଦେଇ ଜଳଭଣ୍ଡରୁ ଜଳ ନିଷ୍କାସିତ ହେଉଛି। ହୀରାକୁଦ ତେବେ ବର୍ତ୍ତମାନ ଜଳସ୍ତର ୬୦୫.୫୪ କୁ ଖସିଲାଣି। ସମ୍ବଲପୁରରେ ବର୍ଷା ଲାଗି ରହିଥିବା ବେଳେ ଉପରମୁଣ୍ଡରରେ ବର୍ଷା କମିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୭୯୯ କ୍ଯୁସେକ୍ ପାଣି ପ୍ରବେଶ କରୁଥିବାବେଳେ ପ୍ରତିସେକେଣ୍ଡେରେ ୨ଲକ୍ଷ କ୍ଯୁସେକ ପାଣି ଛଡାଯାଉଛି। ତେବେ ମୁଣ୍ଡଳୀ ଓ ଖଇରମାଲରେ ଜଳସ୍ତର ବୃଦ୍ଧି ପାଉଛି।