ନୂଆପଡ଼ା: ଉପର ମୁଣ୍ଡରେ ଲାଗି ରହିଥିବା ବର୍ଷା ପାଇଁ ବଢ଼ୁଛି ନୂଆପଡ଼ା ଜିଲ୍ଲା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଜଳସ୍ତର । ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଜଳଧାରଣ କ୍ଷମତା ୨୬୫ ମିଟର ଥିବାବେଳେ ଗତକାଲିଠୁ ୨୬୩.୩୭ ମିଟର ଜଳ ପ୍ରବାହିତ ହେଉଛି। ଆଜି ସକାଳ ୧୧ଟା ବେଳେ ୨ଟି ଗେଟ ଖୋଲାଯିବ। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି। ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାର ଅନେକ ତଳିଆ ଅଞ୍ଚଳରେ ପ୍ରଚାର କରାଯାଇଛି।
ସୂଚନାଯୋଗ୍ୟ, ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଆହୁରି ରାଜ୍ୟରେ ୩ ଦିନ ଧରି ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।