ଭୂବନେଶ୍ୱର: ନନ୍ଦନକାନନ ଆସିବେ ନୂଆ ଅତିଥି। ନନ୍ଦନକାନନରେ ଥିବା ଜିରାଫ ‘ଖୁସି’କୁ ମିଳିବେ ନୂଆ ସାଥୀ । ତେବେ ୨ ଜିରାଫ ଆଣିବା ନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଚଳିତ ମାସ ସୁଦ୍ଧା ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ୨ ଜିରାଫ। ଆନିମଲ ଏକ୍ସଚେଞ୍ଜ ପ୍ରୋଗ୍ରାମରେ ଆଲିପୁର ଚିଡ଼ିଆଖାନାରୁ ଅଣାଯିବ ବୋଲି ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ।