ଘରୁ ଟାଣି ନେଇ ଶିଶୁଙ୍କୁ ଦଳି ଦେଲା ଦନ୍ତା

0

ସୁନ୍ଦରଗଡ଼ ଜିଲ୍ଲା ବଣେଇରେ ଅଘଟଣ । ଘରୁ ଟାଣି ନେଇ ଦୁଇ ଶିଶୁଙ୍କୁ ଦଳିଦେଲା ଦନ୍ତା ହାତୀ । ଦୁଇ ଶିଶୁ ମୃତ। ତାମଡା ରେଞ୍ଜ କଣ୍ଟାପାଲି ଗ୍ରାମର ମୁଣ୍ଡା ସାହିରେ ଘଟିଛି ଘଟଣା । ଦୀର୍ଘ ଦିନ ଧରି ବଣାଇ ଅଞ୍ଚଳରେ ଏହି ଦନ୍ତା ହାତୀଟି ତାଣ୍ଡବ ରଚୁଥିବା ବେଳେ ବନ ବିଭାଗ ହାତୀକୁ ଘଉଡ଼େଇବାରେ ବିଫଳ। ଗୁରୁଣ୍ଡିଆ ବ୍ଲକ ସଦର ପଞ୍ଚାୟତ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଦୁଇ ଶିଶୁ କନ୍ୟା କୁ ଦଳୀ ମାରିଦେଇଛି ଦନ୍ତା ହାତୀ । ଘଟଣା ମୁତାବକ ଗୁରୁଣ୍ଡିଆ ସଦର ପଞ୍ଚାୟତ କଣ୍ଟାପାଲି ,ମୁଣ୍ଡା ବସ୍ତି ଠାରେ ବିଳମ୍ବିତ ରାତ୍ରୀରେ ହାତୀ ଆସିବାର ଖବର ପାଇ ଗ୍ରାମବାସି ଘରୁ ବାହାରକୁ ବାହାରି ଆସିଥିଲେ ଏହି ସମୟରେ ଦୁଇ ଶିଶୁ କନ୍ୟା ମା ମଧ୍ୟ ଶିଶୁ କନ୍ୟା ଙ୍କୁ ଶୋଇଥିବା ଅବସ୍ଥାରେ ଘର ଭିତରେ ଛାଡି ବାହାରକୁ ବାହାରି ଆସିଥିଲେ ଠିକ୍ ଏହି ସମୟରେ ଦନ୍ତା ହାତୀ ଟି ହଠାତ୍ ଚାଳ ଘର ପାଖକୁ ଧାଇଁ ଆସି ଘର ଭାଙ୍ଗି ଦୁଇ ଶିଶୁ କନ୍ୟାକୁ (୩ବର୍ଷ ଚାନ୍ଦିନୀ ମୁଣ୍ଡା ଥିବା ବେଳେ ୧୨ ବର୍ଷ ସୋନିଆ ମୁଣ୍ଡା )କୁ ଶୁଣ୍ଢରେ ଟାଣି ଆଣି କଚାଡି ମାରି ଦେଇଥିଲା ସାଙ୍ଗେ ସଙ୍ଗେ ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି । ତେବେ ତୁରନ୍ତ ବନବିଭାଗକୁ ଖବର ଦିଆଯାଇଥିଲା ଏଥିସହିତ ପୋଲିସ ଏଵଂ ବନବିଭାଗ ଆସି ଘଟଣାର ଅନୁଧ୍ୟାନ କରିବା ସହ ଘର ଲୋକଙ୍କୁ ଆଶ୍ୱସ୍ତି ଦେଇଥିବା ବେଳେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଥିବା ସୂଚନା ମିଳିଛି ।