ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ କାମ ପାଇଁ ଫ୍ଲୋରେନ୍ସ ନାଇଟଆଞ୍ଜେଲ ପୁରସ୍କାର ପାଇଲେ ୩୦ ଜଣ ସ୍ୱାସ୍ଥ୍ୟକର୍ମୀ | ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ଏହି ୩୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି | ୨୦୨୨ ଓ ୨୦୨୩ ପାଇଁ ଆଜି ଦେଶର ବଛାବଛା ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇଛି ଏହି ଫ୍ଲୋରେନ୍ସ ନାଇଟଆଞ୍ଜେଲ ପୁରସ୍କାର |
ଏଥିରେ ଓଡ଼ିଶାର ଦୁଇ ଜଣ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି | ୨୦୨୩ ପାଇଁ ଏଏନଏମ ମଞ୍ଜୁଲତା ମହାରଣା ଓ ୨୦୨୨ ପାଇଁ ନର୍ସ ସେବତୀ ସାହୁଙ୍କୁ ପୁରସ୍କାର ମିଳିଛି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ୧୯୭୩ ମସିହାରୁ ଦିଆଯାଇଆସୁଛି |