ବୌଦ୍ଧ: ବୌଦ୍ଧ – କନ୍ଧମାଳ ସୀମାନ୍ତ ପୋଲିସ ମାଓବାଦୀ ମୁହାଁମୁହିଁ । ପୋଲିସ ଏନକାଉଣ୍ଟରରେ ୨ ମାଓବାଦୀ ନିହତ ହୋଇଥିବା ସୂଚନା । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି କଣ୍ଟାମାଳ ଥାନାପଢେଲ ଡ୍ୟାମ୍ ନିକଟ ଜଙ୍ଗଲରେ । ଏଥିରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ପଢେଲ ଡ୍ୟାମ୍ ନିକଟରେ ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଧରି ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ତେବେ ମିଳିଥିବା ସୂଚନା ମୂତାବକ ଜଙ୍ଗଲରେ ୪୦ରୁ ୫୦ ମାଓବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏବଂ ଏହାପରେ ଏସଓଜି ଯବାନଙ୍କ ଦ୍ଵାରା କମ୍ବିଂ ଅପରେସନକୁ ଆରମ୍ଭ କରାଯାଇଥିଲା। ଫୋର୍ସ ମାନଙ୍କୁ ଦେଖି ନକ୍ସଲ ମାନେ ଅତର୍କିତ ଭାବରେ ଗୁଳିମାଡ କରିଥିଲେ। ଯାହାର କଡା ଜବାବ ଦେଇଛନ୍ତି ଯବାନ । ଏଥିରେ ଦୁଇ ମାଓବାଦୀ ନିହତ ହୋଇଥିବା ଖବର ମିଳିଛି। ତା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମାଓ ସମାଗ୍ରୀ ମଧ୍ୟ ଜବତ ହୋଇଛି। ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ମେ ୧୩ ତାରିଖରୁ ରାଜ୍ୟରେ ନିର୍ବାଚନ ଆରମ୍ଭ ହେବାକୁ ଥିବାବେଳେ ଏହାର ଦିନ କେଇଟା ପୂର୍ବରୁ ମାଓ ଅପରେସନ୍ ହୋଇଛି।