ଜୟପୁର-: ରଜ ପାଳନ କରି ସାଙ୍ଗମାନେ ଖୁସିରେ ଜଳପ୍ରପାତ ନିକଟରେ ରିଲ୍ ସୁଟିଂ କରୁଥିବା ସମୟରେ ଦୁଇ ନାବାଳକ ଜଳସ୍ରୋତରେ ଭାସିଯାଇ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ମାନେ ନବରଙ୍ଗପୁର ଜିଲ୍ଲାର କୋସାଗୁମୁଡା ବ୍ଲକର ବାସିନ୍ଦା। ଖବର ପାଇ କୋଟପାଡ଼ ଅଗ୍ନୀଶମ ବାହିନୀ ଜଳପ୍ରପାତ ନିକଟରେ ପହଞ୍ଚି ଖୋଜାଖଜି ଜାରି ରଖିଛନ୍ତି । କୋଟପାଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।
ସୂଚନା ଅନୁଯାୟୀ, କୋଷାଗୁମୁଡ଼ା ଅଞ୍ଚଳରୁ ୫ ଜଣ ସାଙ୍ଗ ରଜରେ କୋରାପୁଟ ଜିଲ୍ଲାର ଜୟପୁରର ଗୁଲୁମୀ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ ଆଉ ଜଳପ୍ରପାତ ନିକଟରେ ରିଲ୍ ପାଇଁ ଭିଡିଓ ସୁଟିଂ କରୁଥିଲେ। ହଠାତ୍ ସେମାନଙ୍କ ଭିତରୁ ଦୁଇ ଜଣଙ୍କ ଗୋଡ଼ ଖସିଯାଇଥିଲା ଆଉ ସେମାନେ ପ୍ରଖର ଜଳସ୍ରୋତରେ ଭାସିଯାଇଥିଲେ। ସେମାନଙ୍କ ସାଙ୍ଗମାନେ ଚିତ୍କାର କରିଥିଲେ। କିନ୍ତୁ ଦୁହେଁ କିଛି ସେକେଣ୍ଡ ମଧ୍ୟରେ ପାଣିର ସ୍ରୋତରେ ବୁଡ଼ିଯାଇଥିଲେ।