(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଥିବାକୁ ନେଇ ଗତକାଲି ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତୀ ଓ ଓମାର ଅବଦୁଲ୍ଲାଙ୍କୁ ଗିରଫ କରାଯାଇ ଗେଷ୍ଟ ହାଉସରେ ରଖାଯାଇଥିଲା । ପିପୁଲ୍ସ କନଫେରେନ୍ସର ଆହୁରି ଦୁଇ ନେତା ଲୋନ ଓ ଅନସାରୀଙ୍କୁ ପୁଲିସ ଗିରଫ କରିଛି ।
ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ମେହବୁବା ଓ ଓମାର ଉତ୍ତେଜନାପୂର୍ଣ୍ଣ ବୟାନବାଜି କରୁଥିଲେ । ଗତକାଲି ମେହବୁବା କହିଥିଲେ ଏପରି ହେବା ପୂର୍ବରୁ ଆମେ ପାକିସ୍ତାନ ଚାଲିଯାଇଥିଲେ ଠିକ ହୋଇଥାନ୍ତା । ଏହା ମୁସଲମାନ ବିରୋଧୀ । ମେହବୁବା ସର୍ବଦା ଘାଟିକୁ ନେଇ ଖେଳ ଖେଳିଆସୁଛନ୍ତି । ଉଭୟ ଓମାର ଓ ମେହବୁବାଙ୍କ ପରିବାର ଜାମ୍ମୁ କାଶ୍ମୀରରେ ମୁସଲମାନ କାର୍ଡ ଖେଳି ଆଧିପତ୍ୟ ବିସ୍ତାର କରିବା ସହ ଲୋକଙ୍କୁ ଭାରତ ବିରୋଧୀ କରିଆସୁଥିଲେ ତେଣୁ ଗତକାଲି ଉଭୟଙ୍କୁ ଗିରଫ କରାଯାଇଥିଲା । ତେବେ ଲୋନ ଓ ଅନସାରୀଙ୍କୁ କେଉଁ କାରଣରୁ ଗିରଫ କରାଯାଇଛି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଘାଟିରେ ଶାନ୍ତି ବଜାୟ ରଖିବା ଲକ୍ଷ୍ୟରେ ଏପରି କରାଯାଇଥିବା କୁହାଯାଇଛି । ଘାଟି ରେ ୪୦ହଜାର ସେନା ନିୟୋଜିତ ଅଛନ୍ତି ।