ଛତିଶଗଡରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ

0

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ପୁଣି ଛତିଶଗଡରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ଏଥିରେ ୨ ଜଣ ନକ୍ସଲଙ୍କ ମୃତ୍ୟୁ ହେବାସହ କିଛି ପୋଲିସ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡର ଦାନ୍ତେୱାଡା । ଜିଲ୍ଲାର କୁଟ୍ରିମା ଜଙ୍ଗଲରେ ନକ୍ସଲ ଲୁଚିଥିବା ଖବର ପାଇଥିଲା ପୋଲିସ । ଏନେଇ ପୋଲିସ ଓ ଯବାନମାନେ ମିଳିତ କମ୍ବିଂ ଅପରେସନ ଚଳାଇଲା ବେଳେ ସେଠାରେ ନକ୍ସଲମାନେ ପୋଲିସକୁ ଦେଖି ଗୁଳି ଚାଳନା କରିଥିଲେ । ଏହା ବଦଳରେ ପୋଲିସର ପାଲଟା ଗୁଳି ଚାଳନରେ ଦୁଇ ଜଣ ନକ୍ସଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତ ଦୁଇ ନକ୍ସଲ ହେଲେ ଏଲଓସି କମାଣ୍ଡର ଲଛୁ ମାଣ୍ଡୱି ଏବଂ ଜନ ମଲିସିଆ କମାଣ୍ଡର ପଦିଆ । ଦୁଇ ଜଣଙ୍କ ନାଆଁରେ ଛତିଶଗଡ ସରକାର ୧ଲକ୍ଷ ଲେଖାଏଁ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ । ଉକ୍ତ ସ୍ଥାନରୁ ୨ଟି ଦେଶୀ ବନ୍ଧୁକ ଓ ବିସ୍ଫୋରକ ଜବତ ହୋଇଛି । ଏବେ ମଧ୍ୟ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।