ଭୁବନେଶ୍ୱର : ସୁନା ଗହଣାର ଅନ୍ୟତମ ଅଗ୍ରଣୀ ସୋ’ରୁମ୍ ଚାନ୍ଦି ଭଣ୍ଡାର ରାଜଧାନୀ ଭୁବନେଶ୍ୱରରେ ଏହାର ଦୁଇଟି ବ୍ରାଣ୍ଡ ନ୍ୟୁ ଷ୍ଟୋର ଖୋଲିଛି । ଗୋଟିଏ ଜନପଥରେ ଏବଂ ଅନ୍ୟଟି ସୌଭାଗ୍ୟ ନଗରରେ ଖୋଲାଯାଇଛି । ଜନପଥ ଷ୍ଟୋର ଓଲିଉଡ୍ ଷ୍ଟାର ଶୈଳେନ୍ଦ୍ର ସାମନ୍ତରାୟଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି । ନୂଆ ଷ୍ଟୋରର ଉଦ୍ଘାଟନ ସହ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ଗହଣା କଲେକ୍ସନର ଲଞ୍ଚିଂ ହୋଇଛି । ସମାନ ଦିନରେ ସୌଭାଗ୍ୟ ନଗର ଷ୍ଟୋର ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବସରରେ ଷ୍ଟୋରରେ ଥିବା ବ୍ୟାପକ ରେଞ୍ଜ ରୁପା ଗହଣାର ଗଢ଼ା ମୂଲ୍ୟରେ ଫ୍ଲାଟ୍ ୫୦% ରିହାତି ପ୍ରଦାନ କରୁଛି ଚାନ୍ଦି ଭଣ୍ଡାର । ଏ ଅଫର ଅଗଷ୍ଟ ୨୧ରୁ ୩୧ ଯାଏ ଚାଲିବ ।
ଷ୍ଟୋର ଉଦ୍ଗାତାନୀରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି ଯେ, ନୂଆ ଷ୍ଟୋରକୁ ଆସି ରୁପାର ସୁନ୍ଦରତାକୁ ଅନୁଭବ କରିବା ଲାଗି ସମସ୍ତଙ୍କୁ ଆମନ୍ତ୍ରଣ । ଭୁବନେଶ୍ୱରର ବିଭିନ୍ନ ପ୍ରାନ୍ତରେ ଷ୍ଟୋର ଖୋଲି ରୂପ ପାଇଁ ଆମର ଭଲ ପାଇବାକୁ ବଢ଼ାଇଥିବାରୁ ଆମେ ଉତ୍ସାହିତ । ସମସ୍ତ ପ୍ରକାର ରୁପା ସାମଗ୍ରୀର ଆବଶ୍ୟକତା ପାଇଁ ଏହା ୱାନ୍-ଷ୍ଟପ୍-ଶପ୍ । ଗୋଟିଏ ଛାତ ତଳେ ସବୁ ପ୍ରକାର ରୁପା ସାମଗ୍ରୀ ପାଇବେ ଗ୍ରାହକ । ଗ୍ରାହକଙ୍କୁ ସ୍ମରଣୀୟ ସପିଂ ଅନୁଭୂତି ଦେବା ପାଇଁ ଆମ ଷ୍ଟୋରଗୁଡ଼ିକ ପ୍ରତିବଦ୍ଧ ।
ଜନପଥ ଷ୍ଟୋର ଖାରବେଳନଗରସ୍ଥିତ ଶ୍ରୀୟା ଛକ ନିକଟସ୍ଥ ମେହେର୍ସ ପାଖରେ ଅବସ୍ଥିତ । ସେହିଭଳି ସୌଭାଗ୍ୟ ନଗର ଷ୍ଟୋର ବରମୁଣ୍ଡା ନିକଟବର୍ତ୍ତୀ ରହିଛି । ଉଭୟ ଷ୍ଟୋର ସକାଳ ୧୦ଟା ୩୦ରୁ ରାତି ୯ଟା ପିର୍ଯ୍ୟନ୍ତ ଖୋଲା ରହିବ ।