କଟକ : କଟକ ଏସ୍ସିବିରେ ୨ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଏସସିବିରେ ଡାକ୍ତରଙ୍କ ଦ୍ବାରା, ଦୁଇ ଜଣ ରୋଗୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ଦୁଇ ଜଣ ମହିଳା । କାର୍ଡିଓଲୋଜି ବିଭାଗର ଡାକ୍ତରଙ୍କ ନାଁରେ ଅଭିଯୋଗ ହୋଇଛି। ଦୁଇ ଅଭିଯୋଗକାରିଣୀ, ଜଣେ ଡାକ୍ତରୀ ଛାତ୍ରଙ୍କ ମାଆ ଓ ମାଇଁ ।
ଅଭିଯୋଗ ମୁତାବକ, ଡାକ୍ତରୀ ଛାତ୍ରଙ୍କ ମାଆ ଓ ମାଇଁ ଋଉଙ ପରୀକ୍ଷା ପାଇଁ ଆସିଥଲେ । ଏ ସମୟରେ କାର୍ଡିଓଲୋଜି ବିଭାଗର ଡାକ୍ତର ଦୁଇ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ମଙ୍ଗଳାବାଗ୍ ଥାନାରେ ଅଭିଯୋଗ ହୋଇଛି । ଗତ ୧୧ ତାରିଖ ଦିନ ଏହି ଅଭିଯୋଗ ହୋଇଥିଲା । ସେପଟେ ଅଭିଯୁକ୍ତ ଡାକ୍ତରଙ୍କୁ ଅନ୍ୟ ଡାକ୍ତରମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଡାକ୍ତର ବର୍ତ୍ତମାନ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଉଭୟ ପକ୍ଷ ପରସ୍ପର ବିରୋଧରେ ଏଫଆଇର କରିଛନ୍ତି । ମାମଲାକୁ ଗୁରୁତର ସହ ନେଇ ତଦନ୍ତ କରୁଛି ପୋଲିସ। କିଛି ସାକ୍ଷ୍ୟଙ୍କ ବୟାନ ରେକର୍ଡ କରାଯାଇଛି । ପୀଡ଼ିତାଙ୍କ ମେଡିକାଲ ପରୀକ୍ଷା ଓ ମାଜିଷ୍ଟ୍ରେଟ୍ ଙ୍କ ଆଗରେ ବୟାନ ରେକର୍ଡ ପରେ, ତାକୁ ଆଧାର କରି ପରବର୍ତ୍ତୀ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।