ବାଲିଅନ୍ତା (ଜିତେନ୍ଦ୍ର କୁମାର ବେଉରା) : ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଧିନ ସରିପୁର ଗ୍ରାମରେ ମାଙ୍କଡ଼ ଆତଙ୍କ | ମାଙ୍କଡ଼ କାମୁଡ଼ାରେ ୩ ଜଣ ଗୁରୁତର ହୋଇଛନ୍ତି | ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ତେବେ ଏନେଇ ବନବିଭାଗ କୁ ଜଣାଇଥିଲେ ମଧ୍ଯ ଏପର୍ଯ୍ୟନ୍ତ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚିନି | କିଛି ଦିନ ମାଙ୍କଡ଼ ଆତଙ୍କ ସୃଷ୍ଟି କରି ୨ ଜଣଙ୍କୁ ଗୁରୁତର କରିଥିବା ସ୍ଥାନୀୟ ଲୋକ କହିଛନ୍ତି | ବର୍ତମାନ ମାଙ୍କଡ଼ ଆତଙ୍କ ରଚିଥିବା ବେଳେ ମାଙ୍କଡ଼ ପାଗଳା ହୋଇଯାଇଥିବ କିଛି ଲୋକ କହୁଛନ୍ତି | ଗ୍ରାମବାସୀ ଢେଙ୍ଗା ବାଡ଼ି ଧରି ବାହାରକୁ ଯାଉଛନ୍ତି | ଗାଁ ରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି |