ଋିପୋର୍ଟରସ ଟୁଡେ (ସୋମ୍ୟାଶ୍ରୀ ମହାନ୍ତି): ରାୟଗଡାରେ ଅଜଣା ଗାଡି ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଦୁଇ ଜଣ ହେଲେ ବିକାଶ ପ୍ରଧାନ ଓ ସାହୁ ପେଚେକା । ବିକାଶଙ୍କ ଘର ମିନାପାଇ ଗାଁରେ ହୋଇଥିବା ବେଳେ ସାହୁ ପେଚେକାଙ୍କ ଘର ଟୁଡୁଳି ପଦରରେ ବୋଲି ଜଣାପଡିଛି । ପ୍ରକାଶ ଯେ, ବିକାଶ ଓ ସାହୁ ଆଜି ଦିନ ଗୋଟାଏ ବେଳେ ଏକ ବାଇକ ଯୋଗେ ଯାଇଥିଲେ । କୁଟୁଳୀ ଗାଁ ନିକଟରେ ପଛପଟୁ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ପରେ ସ୍ଥାନୀୟଲୋକ କ୍ଷତି ପୂରଣ ଦାବିରେ ରାସ୍ତା ଉପରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ରାୟଗଡା ତହସିଲଦାର ଓ ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କ ବୁଝାସୁଝା କରିବା ପରେ ଲୋମାନେ ରାସ୍ତାରୁ ଉଠିଥିଲେ ।