ମହାରାଷ୍ଟ୍ର ନାସିକରେ ବିମାନ ଦୁର୍ଘଟଣା ଗ୍ରସ୍ତ ,ଅଳ୍ପକେ ବର୍ତ୍ତିଲେ ୨ ପାଇଲଟ

0

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ର ଏକ ସୁଖୋଇ ଯୁଦ୍ଧବିମାନ ଆଜି ଦୁର୍ଘଟଣାରେ ନଷ୍ଟ ହୋଇଯାଇଛି । ଏହି ଦୁର୍ଘଟଣା ମହାରାଷ୍ଟ୍ର ନାସିକରେ ହୋଇଛି ।ଏହି ଦୁର୍ଘଟଣା ହେବା ପରେ ବିମାନଟିଗୋଟିଏ ବିଲରେ ପଡ଼ିଥିଲା ଏବଂ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ବାୟୁସେନାର ସୁଖୋଇ ଏସୟୁ-୩୦ ଏମକେଆଇ ଲଢ଼ୁଆ ବିମାନ ନିଶାଦ ଅଞ୍ଚଳରେ ଥିବା ଶିରସାଗାଓଁରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବାୟୁସେନାର ସୁଖୋଇ ଏସୟୁ-୩୦ ଏମକେଆଇ ଲଢୁଆ ବିମାନ ନବୀକରଣ ଏବଂ ତାଲିମ ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ୍)କୁ ପଠାଯାଇଥିଲା। ଏହି ଲଢୁଆ ବିମାନରେ ୨ଜଣ ପାଇଲଟ ପ୍ରଶିକ୍ଷଣ ନେଉଥିଲେ। ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ମଧ୍ୟ ଏହି ବିମାନ ଚଳାଉଥିବା ୨ଜଣ ପାଇଲଟ ସୁରକ୍ଷିତ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ବାୟୁସେନାର ସୁଖୋଇ ଏସୟୁ-୩୦ ଏମକେଆଇ ଲଢ଼ୁଆ ବିମାନ ଦୁର୍ଘଟଣା ସମ୍ମୁଖୀନ ହେବା ପୂର୍ବରୁ ଏଥିରେ ଥିବା ୨ଜଣ ପାଇଲଟ ବିମାନରୁ ବାହାରି ଆସିଥିଲେ, ଫଳରେ ସେମାନଙ୍କ ଜୀବନ ବଞ୍ଚିଯାଇଥିଲେ। ବାୟୁସେନାର ସୁଖୋଇ ଏସୟୁ-୩୦ ଏମକେଆଇ ଲଢ଼ୁଆ ବିମାନଟି ଏକ ବିଲରେ ଖସିପଡ଼ିଥିବା ବେଳେ ବାୟୁସେନା ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି। ଦୁର୍ଘଟଣା ଘଟିବା ପରେ ଏହି ବିମାନର ଫଟୋ ଭାଇରାଲ ହେଉଛି ଏବଂ ଫଟୋରେ ବିମାନଟି ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ବିମାନଟି ଦୁର୍ଘଟଣା ଘଟିବା ପରେ ଏହାର ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା।