କେନ୍ଦ୍ରାପଡ଼ା/(ଅଶ୍ଵିନୀ କୁମାର ସାହୁ): ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ସହ ଗୋରୁ ଗୁହାଳ ଘର । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ରାଜକନିକା ବ୍ଲକ ବାଙ୍ଗରକୁଆ ଗାଁ ରେ । ଗତକାଲି ରାତିରେ ରମାକାନ୍ତ ମଝି ଙ୍କ ପୁଅ ଭୀମ ମାଝୀଙ୍କର ୨ବଖରା ଘର ସହିତ ଗୁହାଳ ଘର ପୋଡି ପାଉଁଶ ହୋଇଯାଇଛି ।
ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଘଟାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରୁଥିଲେ ମଧ୍ୟ ଘରର ସମସ୍ତ ଆବାସ ପତ୍ର ପୋଡି ଜଳି ପାଉଁଷ ହୋଇଯାଇଛି । ରମାକାନ୍ତ ଜଣେ ଗରିବ ଶ୍ରେଣିର ଲୋକ ହୋଇଥିବାରୁ ତାଙ୍କର ରହିବା ପାଇଁ ବାସଗୃହ ଖଣ୍ଡେ ସାହାର୍ଯ୍ୟ କରିବାକୁ ଦାବିକରିଛନ୍ତି ଗାଁ ଲୋକେ ।