୨ ଚିଟଫଣ୍ଡ କମ୍ପାନୀର କ୍ଷୁଦ୍ର ଜମାକାରୀ ଆଶ୍ୱସ୍ତ

0

କଟକ : ଚିଟଫଣ୍ଡ କମ୍ପାନୀର କ୍ଷୁଦ୍ର ଜମାକାରୀ ଆଶ୍ୱସ୍ତ । ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ୨ମାସ ଭିତରେ ୮ ହଜାର ଟଙ୍କା ଲେଖାଏଁ ଦେବେ ଜିଏଲପି ଓ ଗୋଲଡେନ ଲ୍ୟାଣ୍ଡ ଜମାକାରୀ । ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶରେ ପ୍ରାୟ ୪ ଲକ୍ଷ ଜମାକାରୀ ଉପକୃତ ହେବେ । ଗୋଲଡେନ ଲ୍ୟାଣ୍ଡ ଓ ଜି ଏଲ୍ ପି ଡେଭଲପର୍ ଏହି ଦୁଇଟି ଚିଟଫଣ୍ଡ କମ୍ପାନୀ ନାଁରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ୨୦୧୭ ଜୁଲାଇ ୨୮ରେ ରାୟ ଦେଇଥିଲେ ହାଇକୋର୍ଟ । ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୧୦୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ କମ୍ପାନୀ ଟଙ୍କା ଜମା ରହିଛି । ରାଜ୍ୟ ସରକାର ଫାଇନାନ୍ସ ବିଭାଗ ଏହି ଟଙ୍କା ଫେରାଇବା ନେଇ ପ୍ରକ୍ରିୟା ଦୁଇମାସ ମଧ୍ୟରେ ଆରମ୍ଭ କରିବାକୁ ହାଇକୋର୍ଟଙ୍କ ନିଷ୍ପତ୍ତି ରହିଛି ।