ବିସ୍ଫୋରକ ଫୁଟି ହଷ୍ଟେଲର ୨ଛାତ୍ର ଗୁରୁତର ଜଣେ ଆହତ

0

ବାଲିଗୁଡା(ବନବାସୀ ପ୍ରଧାନ ) : ବାଲିଗୁଡା ବ୍ଲକ୍ ରୁତୁଙ୍ଗିଆ ପଞ୍ଚାୟତର ସେଷ୍ଟ ଜାଭିଅର୍ ହାଇସ୍କୁଲରେ ଅଘଟଣ। ୭ମଶ୍ରେଣିର ସେହି ସ୍କୁଲର ହଷ୍ଟେଲରେ ରହି ପାଠ ପଢୁଥିବାବେଳେ ଆଜି ସକାଳର ସ୍କୁଲ ସମୟରେ ଛୁଟିବେଳେ କେଉଁଠିଥିବା ଏକ ବିସ୍ଫୋରକ କୈାଣସି କାରଣ ବସତଃ ବିପ୍ପରକଟି ଫୁଟିବା ଫଳରେ ତିନି ଜଣ ଆହାତ ହୋଇଥିବାବେଳେ ସେଥିମଧ୍ୟରୁ ଦୁଇଜଣ ଛାତ୍ର ଗୁରୁତ୍ବର ଥିବା ବେଳେ ଜଣେ ଆହାତ ଥିବା ଦେଖିବାକୁ ମିଳିଛି। ପ୍ରଥମେ ଛାତ୍ର ମାନଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଦୁଇ ଛାତ୍ର ଙ୍କୁ ଫୁଲବାଣୀ ଜିଲ୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି ।ଗୁରୁତର ଦୁଇ ଛାତ୍ରଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି ।ଏଭଳି ଅଭାବନିୟ ଘଟଣା ନେଇ ସେଇ ସ୍କୁଲର ଶିକ୍ଷକ ଜଣକ ଯାହା କହୁଛନ୍ତି ସେଥିରେ ସତ୍ୟତା ନଥିବା ବେଳେ ଛାତ୍ରମାନେ ସ୍କୁଲ ପରିସରକୁ ନିଜ ପକେଟ୍ ଭିତରେ ବିସ୍ପରକ ସାମଗ୍ରୀ ଆଣିଥିଲେ କେଉଁଠାରୁ ତାହା ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କହିଛନ୍ତି ଅଭିଭାବକମାନେ l