ୟୁଟ୍ୟୁବରେ ପଢିବେ +୨ ପିଲା

0

ଭୁବନେଶ୍ୱର : ଜୁମ ଏବଂ ଗୁଗଲ ମିଟ ପରି କିଛି ଆପ ପରେ ଏବେ ସବୁଠାରୁ ଲୋକପ୍ରିୟ ଆପ ୟୁଟ୍ୟୁବରେ ହେବ ଅନଲାଇନ କ୍ଲାସ । ଏଣିକି ୟୁଟ୍ୟୁବରେ ପ।।ଠ ପଢିବେ ଯୁକ୍ତ ୨ ର ଛାତ୍ରଛାତ୍ରୀ । ଏକାଦଶ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନଙ୍କୁ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବ । ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ୟୁଟ୍ୟୁବ ଶିକ୍ଷାଦାନ ସଫଳତା ହାସଲ କରିବା ପରେ ଏବେ ଯୁକ୍ତ ୨ ପିଲାଙ୍କୁ ୟୁଟ୍ୟୁବରେ ପାଠପଡାଇବା ପାଇଁ ନିଷ୍ପତ୍ତି ନେଉଛି ଗଣଶିକ୍ଷା ବିଭାଗ ।
କେରୋନା ମହାମାରୀ ପାଇଁ କ୍ଲାସ କରିପାରୁନଥିବା ପିଲାମାନେ ଘରେ ରହି ୟୁଟ୍ୟୁବ ଦ୍ୱାରା ସମସ୍ତ ସିଲାବସ ପଢିପାରିବେ । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଅଧିକ ଉପକୃତ ହୋଇପାରିବେ ବୋଲି ପ୍ରକାଶ ମରିଛନ୍ତି ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ।