ଟାଏକୋଣ୍ଡୋ ପୁମ୍ସି ପ୍ରତିଯୋଗିତାରେ ଭାଗ ନେବେ ଗଞ୍ଜାମରୁ ୨୦ ପ୍ରତିଯୋଗୀ

0

ଔିଞ୍ଜିଳି/ ରଜନୀକାନ୍ତ ପାତ୍ର : କରୋନା ମହାମାରୀ ଯୋଗୁଁ ବିଭିନ୍ନ ଜାତୀୟ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇପାରିନି । ତେବେ ଟାଏକୋଣ୍ଡୋ ଭଳି ଶାରୀରିକ କ୍ରୀଡାରେ ଇନ୍ଡୋର ପ୍ରଶିକ୍ଷଣ ସମ୍ଭବ ହୋଇପାରୁନଥିବାରୁ ଏହାର ପ୍ରତିଯୋଗିମାନେ ଘର ଭିତରେ ଏହାର ପ୍ରଶିକ୍ଷଣ ଜାରି ରଖିଥିଲେ । ଗତ ବର୍ଷ ପରୀକ୍ଷା ମୂଳକ ଭାବେ ଏହାର ପ୍ରତିଯୋଗିତା ହୋଇଥିଲା । ଚଳିତବର୍ଷ ଜୁଲାଇ ୫ ରୁ ୨୧ ତାରିଖ ପର୍ୟ୍ୟନ୍ତ ଇଣ୍ଡିଆ ଟାଏକୋଣ୍ଡୋ ଆନୁକୁଲ୍ୟରେ ଆୟୋଜିତ ହେବାକୁ ଥିବା ଜାତୀୟ ଅନଲାଇନ ଓପେନ ଟାଏକୋଣ୍ଡୋ ପୁମ୍ସି ପ୍ରତିଯୋଗୀତାରେ ଗଞ୍ଜାମ ଜିଲ୍ଲାରୁ ୨୦ ଜଣ ଖେଳାଳି ବିଭିନ୍ନ ବର୍ଗରେ ଅଂଶ ଗ୍ରହଣ କରିବେ । ଏହି ଖେଳାଳିମାନେ ସଂଘର ଗଞ୍ଜାମ ଜିଲ୍ଲା ସମ୍ପାଦକ କେ. ମନୋଜ ପ୍ରଧାନଙ୍କ ନେତୃତ୍ୱରେ ଅଂଶଗ୍ରହଣ କରିବେ । ଏଥିରେ ଛତ୍ରପୁର ସ୍ଥିତ କେଏମପି ସ୍ପୋର୍ଟସ ଏକାଡେମୀର ସିନିୟର ବର୍ଗରୁ ରୁଦ୍ର ନାରାୟଣ ବେହେରା ଓ ଶୁଭଶ୍ରୀ ପାଢୀ ଏବଂ ଜୁନିଅର ବର୍ଗରେ ପିୟୁଷ ପ୍ରସାଦ ଷଡଙ୍ଗୀ, ଆର୍.ଶିରି, ଆର୍.ରିସିକା, ତେଜସ୍ପିନୀ ପାଢୀ ଏବଂ ସବ୍ ଜୁନିଅର ବର୍ଗରେ ରୁନ୍ସି ବେହେରା, ଜି.ସାଇସ୍ୱସ୍ତିକ ରେଡ୍ଡୀ, ସୁଦିପ୍ତ କୁମାର ସାହୁ ଭାଗନେବା ସହ ଗଞ୍ଜାମ ଟାଏକୋଣ୍ଡୋ କୋଚ୍ ଇ.ଲଳିତ କୁମାରଙ୍କ ନେତୃତ୍ୱରେ କେଡେଟ ବର୍ଗରେ ନାରାୟଣ ବେହେରା, ଅମିତ ରାଉଳ, ରୁଦ୍ର ପ୍ରତାପ ସାହୁ, କେ.ଜ୍ୟୋତି ଏବଂ ସବ ଜୁନିଅର ବର୍ଗରେ ଟି. କିର୍ତ୍ତି ରେଡ୍ଡି, ଟି. କାର୍ତ୍ତିକ ରେଡ୍ଡି, ଆରବ କୁମାର ବେହେରା, ବ୍ରହ୍ମପୁରରୁ ଜାଗୁଆର ଏକାଡେମୀର କୋଚ୍ ଅମ୍ବିକା ପ୍ରସାଦ ଦାଶଙ୍କ ନେତୃତ୍ୱରେ ସବ ଜୁନିଅର ବର୍ଗରେ ଶୁଭଶ୍ରୀ ନାୟକ, ଅମ୍ଲାନ ପାଢୀ, କ୍ୟାଡେଟ ବର୍ଗରେ ଅଙ୍କିତା ପାତ୍ର, ସୋମ୍ୟପ୍ରତାପ ନାୟକ ଏହି ପ୍ରତିଯୋଗିତା ପାଇଁ ମନୋନିତ ହୋଇଛନ୍ତି ।

ଓଡିଶା ଟାଏକୋଣ୍ଡୋ ସଂଘର ସଂପାଦକ ମନମୋହନ ଭଞ୍ଜ ପ୍ରତିଯୋଗୀମାନଙ୍କୁ ଭିଡିଓ କନଫରେନ୍ସିଂ ଦ୍ୱାରା କିଛି ଗୁରୁତ୍ୱପୂର୍ଣ୍ଣ ଟିପଣି ଦେବାସହ ଶୁଭେଚ୍ଛା ଜଣାଇଛନ୍ତି । ଇଣ୍ଡିଆ ଟାଏକୋଣ୍ଡୋ ସୂଚନାନୁସାରେ ଏହି ପ୍ରତିଯୋଗିତା ସମ୍ପୂର୍ଣ୍ଣ ଭାବରେ ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହେବାକୁ ଯାଉଛି । ଏହି ପ୍ରତିଯୋଗୀ ମାନଙ୍କୁ ଜିଲ୍ଲା ସଭାପତି ଶ୍ରୀକାନ୍ତ ମହାନ୍ତିଙ୍କ ସହ ଅନୀତା ମିଶ୍ର, ସି. ଏଚ୍ ପ୍ରସାଦ ନାୟକ, ମନୋଜ ମହାରଣା, ବସୁ ନାୟକ, ଏସ୍.ଯୁଧିଷ୍ଠିର ରେଡ୍ଡି, ଅରୁଣ ରାଉଳ, ଚନ୍ଦନ ପାଢୀ, ଆଲୋକ ବିଷୋୟୀ ଶୁଭେଚ୍ଛା ସହ ସଫଳତା କାମନା କରିଛନ୍ତି ।