ପାରାଦ୍ୱୀପ ଜେଏସଡବ୍ଳୁ ଅଫିସରେ ନିଯୁକ୍ତି ଆଶାୟୀଙ୍କ ତାଣ୍ଡବ

0

(ମମତା ସାମଲ)ରିପୋର୍ଟସଟୁଡେ: ପାରାଦୀପ ଜେଏସଡବ୍ଲୁ ଅଫିସରେ ନିଯୁକ୍ତି ଆଶାୟୀ ଭଙ୍ଗାରୁଜା କରିଛନ୍ତି । ଭଙ୍ଗାରୁଜା କରିଥିବା କିଛି ଛାତ୍ରଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।ନିକଟରେ ଇଞ୍ଜିୟରଙ୍କ ପାଇଁ ନିଯୁକ୍ତି ବାହାରିଥିଲ । ଏହି ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ଆବେଦନ କରିଥିଲେ । ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ମଧ୍ୟ ମିଳିଛି । ତଥାପି ଏଯାଏଁ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇନି । ତେଣୁ ଆଜି ୨୦୦ରୁ ଅଧିକ ଇଂଜିନିୟରିଂ ପ୍ରାର୍ଥୀ ଚାକିରୀ ଆଶାୟୀ ପାରାଦୀପ ଜେଏସଡବ୍ଲୁ ଅଫିସ ଭିତରେ ପଶି କୈଫିୟତ ମାଗିବା ସହ ଆସବାବପତ୍ର ଭାଙ୍ଗି ଭଙ୍ଗାରୁଜା କରିଛନ୍ତି । ଏହା ସହ ଜେଏସଡବ୍ଲୁ ଅଫିସରୁ ପାରାଦୀପ ଥାନାକୁ ଯାଇ ଛାତ୍ରମାନେ ପାଟିତୁଣ୍ଡ ମଧ୍ୟ କରିଥିବା ଜଣାପଡ଼ିଛି । ଫଳରେ ଭଙ୍ଗାରୁଜା କରିଥିବା ଅଭିଯୋଗରେ ପୋଲିସ କିଛି ଛାତ୍ରଙ୍କୁ ଥାନାରେ ଅଟକ ରଖିଛି । ସେଠାରେ ଏକ ପ୍ରକାର ଅଶାନ୍ତକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ପୋଲିସ ଉତ୍ୟକ୍ତ ପ୍ରାର୍ଥୀଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି ।