ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶିତ ଏକ ପ୍ରତାରଣା l ନୂଆ ଶିକ୍ଷକ ମାନଙ୍କ ପାଇଁ ଏହା କଳା ଦିବସ ହେବ l
ରାଜ୍ୟର ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ହେବା ପାଇଁ ଯେଉଁ ଆଶା ଥିଲା ତାହା ପୂରଣ ହୋଇପାରିବ ନାହିଁ l ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନ୍ଲାଇନ୍ରେ କରାଯିବ ଓ କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ପ୍ରାର୍ଥୀ ଚୟନ କରାଯିବ ବୋଲି ନିଷ୍ପତି ହୋଇଛି, ଏହାଦ୍ୱାରା ଜିଲ୍ଲାପାଳ ମାନେ ଗରିବ ମେଧାବୀ ପିଲାଙ୍କୁ ଶୋଷଣ କରିବା ସହ ଦଲାଲ ମାଧ୍ୟମରେ ମୋଟା ଅଙ୍କର ଟଙ୍କା କାରବାର ହେବାର ସମ୍ଭାବନା ରହିଛି । ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ନିଷ୍ପତି ସମ୍ଭବ ନୁହେଁ, ଜିଲ୍ଲାପରିଷଦ ନିକଟରେ ସେପରି କିଛି ବ୍ୟବସ୍ଥା ନାହିଁ, କିପରି ନିଯୁକ୍ତି ପ୍ରକ୍ରିୟାକୁ ଆଗକୁ ନେବେ । ଜିଲ୍ଲାପାଳ ମାନେ ଏହାର ସୁଯୋଗ ନେଇ ଜିଲ୍ଲାପରିଷଦ କୁ ନିଜ ଅଧୀନରେ ରଖି ଆଗୁଆ ନିଯୁକ୍ତି ଦେଇ ପରେ ଜିଲ୍ଲାପରିଷଦରେ ଆପ୍ରୁଭ କରିବେ l
କଣ୍ଟ୍ରାକ୍ଟଚୁଆଲ ହଟେଇବା ପାଇଁ ଠିକ ଆଜକୁ ବର୍ଷେ ହେବ ଆନ୍ଦୋଳନ କରାଯାଇଥିଲା l ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଏବେଠାରୁ ଏହି କଣ୍ଟ୍ରାକ୍ଟଚୁଆଲ ପ୍ରଥା ଉଠିଲା ମାତ୍ର ସତରେ ଉଠିନଥିବା ଏଠି ଜଣାପଡିଲା l ଏହାଦ୍ୱାରା ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ିବ l ଏହାକୁ ତୁରନ୍ତ ପ୍ରତ୍ୟାହାର କରି ସବୁ ଶିକ୍ଷକ ନିଯୁକ୍ତି ଦିଆଯାଉ l ଏହା ଏକ ଶିକ୍ଷା ହତ୍ୟାକାରୀ ପଦକ୍ଷପ, ଶିକ୍ଷାର ବିନାଶ ହେବ, କଣ୍ଟ୍ରାକ୍ଟଚୁଆଲ ର ଏହା ଏକ ନୂଆ ରୂପରେଖ l ଧ୍ୱଂସ ହୋଇଯିବ ସରକାରୀ ସ୍କୁଲର ପାଠ, ସେଥିପାଇଁ ଦାୟୀ ଏହି ସରକାରୀ ଅହଂକାର ବାବୁ ଓ ଅଦରକାରୀ ମନ୍ତ୍ରୀ, ବିଧାୟକ l ଏହାକୁ ନେଇ ଆଇନ ଗତ ଲଢେଇ ହେବ l