(ପ୍ରିୟଦର୍ଶନୀ ସ୍ୱାଇଁ) ମୁମ୍ବାଇ: ୨୦୧୮ ଫିଲ୍ମଫେୟାର ପୁରସ୍କାର ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି । ରଣବୀର କପୁର ସଂଜୁ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବା ବେଳେ ଫିଲ୍ମ ରାଜି ପାଇଁ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି । ରାଜି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଜିତିଥିବାବେଳେ ଅନ୍ଧାଧୂନ ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ) ପୁରସ୍କାର ଜିତିଛି । ଇଶାନ ଖଟ୍ଟର ଶ୍ରେଷ୍ଠ ନବାଗତ ଅଭିନେତା ଜିତିଥିବାବେଳେ ସାରା ଅଲ୍ଲି ଖାଁ ଶ୍ରେଷ୍ଠ ନବାଗତା ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି । ଫିଲ୍ମ ରାଜି ପାଇଁ ମେଘନା ଗୁଲଜାର ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଜିତିଥିବାବେଳେ ସ୍ତ୍ରୀ ପାଇଁ ଅମରକୌଶିକ ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ ପୁରସ୍କାର ଜିତିଛନ୍ତି । ସେହିପରି ବଧାଇ ହୋ ପାଇଁ ସୁରେଖା ସିକ୍ରି ଶ୍ରେଷ୍ଠ ସହ ଅଭିନେତ୍ରୀ ଘୋଷିତ ହୋଇଛନ୍ତି ।
https://www.instagram.com/p/BvXDPvZjjId/?utm_source=ig_web_button_share_sheet