ଆଜି ଦିନ ହେବ ଛୋଟ ରାତି ହେବ ଲମ୍ବା । ସାଧାରଣତ ଶୀତ ଋତୁରେ ଦିନଟି ଛୋଟ ଏବଂ ରାତି ଲମ୍ବା ହୋଇଥାଏ । କିନ୍ତୁ ବର୍ଷର ୩୬୫ ଦିନ ମଧ୍ୟରୁ ଗୋଟିଏ ଦିନ ଅଛି, ଯାହାକୁ ଶୀତ କିମ୍ବା ହାଇବରନାଲ୍ ସଲଷ୍ଟାଇସ୍ ମଧ୍ୟ କୁହାଯାଏ । କାରଣ ଏହା ହେଉଛି ବର୍ଷର ସବୁଠାରୁ ଛୋଟ ଦିନ । କିନ୍ତୁ ଆପଣ ଜାଣନ୍ତି କି ରାତି ଲମ୍ବା ଏବଂ ଦିନ ଛୋଟ ହେବାର କାରଣ? ଭୈାଗଳିକ ଅନୁଯାୟୀ ଯେତେବେଳେ ପୃଥିବୀର ଗୋଟିଏ ପୋଲ ସୂର୍ୟ୍ୟଠାରୁ ସର୍ବାଧିକ ଦୂରରେ ଥାଏ, ସେତେବେଳେ ରାତି ଓ ଦିନର ଅବଧି ମଧ୍ୟରେ ପାର୍ଥକ୍ୟ ଥାଏ । ଡିସେମ୍ବର ୨୧, ୨୨, କିମ୍ବା ୨୩ ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଦିନର ଅବସାନ ଘଟିପାରେ ।
ଆଜି ୨୧ ଡିସେମ୍ବର ୨୦୨୪ ରେ ଦିନଟି ଛୋଟ ହେବ ଏବଂ ରାତି ଲମ୍ବା ହେବ । ନାସା ଅନୁଯାୟୀ, ସୋଲଷ୍ଟାଇସ୍ ଡିସେମ୍ବର ୨୧ ରେ ପୂର୍ବାଞ୍ଚଳ ସମୟ ୪:୨୦ ରେ ଘଟିବ, ଯାହା ଉତ୍ତର ଗୋଲାର୍ଦ୍ଧରେ ଶୀତର ଆରମ୍ଭ ଏବଂ ଦକ୍ଷିଣ ଗୋଲାର୍ଦ୍ଧରେ ଗ୍ରୀଷ୍ମର ଆରମ୍ଭ ଅଟେ। ଡିସେମ୍ବର ୨୧ ରେ, ସୂର୍ୟ୍ୟ କିରଣ ମକର ରାଶିର ରେଖା ସହିତ ଉର୍ଦ୍ଧ୍ୱରେ ରହିଥାଏ ଏବଂ କର୍କଟ ରାଶିର ରେଖାକୁ ସ୍ପର୍ଶ କରେ। ଏହାର କାରଣ ହେଉଛି ଏହି ଦିନ ସୂର୍ୟ୍ୟୋଦୟ ଶୀଘ୍ର ଘଟେ ଏବଂ ରାତି ମଧ୍ୟ ଶୀଘ୍ର ଆରମ୍ଭ ହୁଏ ।ସୂର୍ୟ୍ୟ କିରଣ ପୃଥିବୀ ଉପରେ କମ୍ ସମୟ ପାଇଁ ପଡେ । ତେବେ ଆଜି ରାଜଧାନୀ ଭୁବନେଶ୍ୱରରେ ଦିନର ଲମ୍ବ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ ୨୪ ସେକେଣ୍ଡ ରହିବ । ଆଉ ଦୀର୍ଘତମ ରାତିପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ। ପ୍ରତିବର୍ଷ ଡିସେମ୍ୱର ୨୨ରୁ ସୂର୍ୟ୍ୟଙ୍କର ଉତ୍ତରାୟଣ ଗତି ହୋଇଥାଏ। ପ୍ରାୟତଃ ଭୁବନେଶ୍ୱରରେ ଡିସେମ୍ବର ୧୫ରୁ ୨୭ ତାରିଖ ଯାଏ ପ୍ରାୟ ୧୨ ଦିନ ଧରି ଦିନର ଲମ୍ବ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ହୋଇଥାଏ।