ଆଜି ଉଦ୍ଘାଟନ ହେବ ୨୧ଟି ‘ଆମ ବସଷ୍ଟାଣ୍ଡ’

0

ଆଜି ଉଦ୍ଘାଟନ ହେବ ୨୧ଟି ‘ଆମ ବସଷ୍ଟାଣ୍ଡ’। ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପରିବହନ ସେବାକୁ ସୁଦୃଢ଼ କରିବାକୁ ଯୋଜନା କରିଥିବାବେଳେ ଏଥିପାଇଁ ସବୁ ବ୍ଲକରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ କରାଯାଉଛି। ଏହି କ୍ରମରେ ଆଜି ରାଜ୍ୟର ୧୩ଟି ଜିଲ୍ଲାର ୨୧ଟି ବ୍ଲକ ରେ ଆମ ବସଷ୍ଟାଣ୍ଡ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ। ଏହାସହ ୨୬ଟି ଜିଲ୍ଲାରେ ନିର୍ମାଣ ହେବାକୁ ଥିବା ୧୨୪ଟି ବସଷ୍ଟାଣ୍ଡ ପାଇଁ ଶିଳାନ୍ୟାସ କରିବେ। ବଲାଙ୍ଗୀର ଜିଲ୍ଲା ର ବଙ୍ଗମୁଣ୍ଡା, ଲୋଇସିଂହା, କଣ୍ଟାମାଲ, ଆର ଉଦୟଗିରି, ଗୁମ୍ମା, କୋଲାବିରା, ଟିକାବାଲି, ମାର୍ଶାଘାଇ, ଆଳି, ଗରଦପୁର, କେନ୍ଦୁଝରରେ ଘଷିପୁରା, ଘଟଗାଁ, ତେଲକୋଇ, କୋରାପୁଟରେ କୋଟପାଡ଼, ମୟୂରଭଞ୍ଜରେ ବେତନଟୀ, ନବରଙ୍ଗପୁରରେ କୋସାଗୁମୁଡ଼ା, ଡାବୁଗାଁ, ନୟାଗଡ଼ରେ ଗଣିଆଁ, ପୁରୀରେ କାକଟପୁର, ସୁବର୍ଣ୍ଣପୁରରେ ବିନିକା ଓ ଉଲୁଣ୍ଡା ବ୍ଲକରେ ନିର୍ମାଣ ହୋଇଥିବା ବସଷ୍ଟାଣ୍ଡକୁ ଉଦ୍ଘାଟନ କରାଯିବ। ଦ୍ୱତୀୟ ପର୍ୟାୟରେ ଯାଜପୁରରେ ୩ଟି, କଳାହାଣ୍ଡିରେ ୯ଟି, କନ୍ଧମାଳରେ ୧୦ଟି, କେନ୍ଦ୍ରାପଡ଼ାରେ ଗୋଟିଏ, ଖୋର୍ଦ୍ଧାରେ ୩ଟି, କୋରାପୁଟରେ ୧୦ଟି, ମାଲକାନଗିରିରେ ୫ଟି, ମୟୂରଭଞ୍ଜରେ ୧୧ଟି, ନୟାଗଡ଼ରେ ଗୋଟିଏ, ନବରଙ୍ଗପୁରରେ ୬ଟି, ନୂଆପଡ଼ାରେ ୪ଟି, ପୁରୀରେ ଗୋଟିଏ, ରାୟଗଡ଼ାରେ ୪ଟି, ସମ୍ବଲପୁରରେ ଗୋଟିଏ, ସୁବର୍ଣ୍ଣପୁରରେ ଗୋଟିଏ, ସୁନ୍ଦରଗଡ଼ରେ ୧୦ଟି ବ୍ଲକରେ ‘ଆମ ବସଷ୍ଟାଣ୍ଡ’ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ । ଏହି ସବୁ ବସଷ୍ଟାଣ୍ଡ ନିର୍ମାଣ ପ୍ରାୟ ଦୁଇ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଓଏସ୍ଆରଟିସିରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ସବୁ ବ୍ଲକରେ ‘ଆମ ବସଷ୍ଟାଣ୍ଡ’ ନିର୍ମାଣ କରାଯାଉଛି ।