ପ୍ରଳୟଙ୍କରୀ ବାତ୍ୟା ପ୍ରଭାବରେ ମହାରାଷ୍ଟ୍ର , ୨୧୩ ମୃତ

ଗତ ସପ୍ତାହରେ ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ର ସୃଷ୍ଟି ହୋଇଥିବା ବନ୍ୟା ବିପତ୍ତିରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ।

0

(ମୁମ୍ବାଇ) : ଗତ ସପ୍ତାହରେ ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ର ସୃଷ୍ଟି ହୋଇଥିବା ବନ୍ୟା ବିପତ୍ତିରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଆଜି ସୁଧା ରାଜ୍ୟରେ ୨୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାୟଗଡ଼ ଜିଲ୍ଲାରେ ଆଉ ୯୦ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ , ଜୁଲାଇ ୨୦ ତାରିଖ ଠାରୁ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହୋଇଥିଲା। ଏଥିରେ ଉପକୂଳାଞ୍ଚଳ କୋନକନ ପଶ୍ଟିମାଞ୍ଚଳ ଜିଲ୍ଲାଗୁଡ଼ିକ ଅଧିକ ପ୍ରଭାବିତ ହୋଇଛନ୍ତି। ମୋଟ ୨୧୩ ମୃତ୍ୟୁ ମଧ୍ୟରୁ ସାତାର ଜିଲ୍ଲାର ୪୬, ରତ୍ନଗିରି ୩୫, ଥାନେ ୧୫, କୋଲ୍ହାପୁର ୭, ମୁମ୍ବାଇ ୪, ପୁଣେ ୩, ସିନ୍ଧୁଦୁର୍ଗ ୪ ଓ ପୂର୍ବମହାରାଷ୍ଟ୍ର ଅଞ୍ଚଳ ୱାର୍ଧା ଏବଂ ଅକୋଲା ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି। ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁସାରେ, ଲୋକଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟରେ ୩୪୯ଟି ରିଲିଫ୍ କ୍ୟାମ୍ପ କରାଯାଇଛି। ସେଥିମଧ୍ୟରୁ କୋଲ୍ହାପୁରେ ୨୧୬ଟି ହୋଇଥିବା ବେଳେ ସାଙ୍ଗଲୀରେ ୨୪ଟି, ସତାରାରେ ୨୯, ରତ୍ନଗିରୀରେ ୧୬ ଓ ରାୟଗଡ଼ରେ ୧୪ ଟି କ୍ୟାମ୍ପ କରାଯାଇଛି।