୨୨ଜଣ ବରିଷ୍ଠ ଟ୍ୟାକ୍ସ ଅଧିକାରୀଙ୍କୁ ବିଦା କରିବ କେନ୍ଦ୍ର

0

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି)– ଦୁର୍ନୀତି ଭଳି କେତେକ ମାମଲାକୁ କେନ୍ଦ୍ର କରି ୨୨ଜଣ ବରିଷ୍ଠ ଟ୍ୟାକ୍ସ ଅଧିକାରୀଙ୍କୁ ବିଦା କରିବେ ସରକାର । ଏନେଇ ଉକ୍ତ ଅଧିକାରୀଙ୍କୁ ୫୬ ଜେ ଅନୁଯାୟୀ ବାଧ୍ୟତାମୂଳକ ଅବସର ନେବା ପାଇଁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ପୂର୍ବରୁ ଜୁନ ମାସରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ଙ୍କ ନିର୍ଦ୍ଦେଶରେ ଏହି ଅଭିଯୋଗରେ ୧୨ ଅଧିକାରୀଙ୍କ ସହ ୨୭ଜଣ ବରିଷ୍ଠ ଆଇଆରଏସ ଅଧିକାରୀଙ୍କୁ ଅବସର ନେବାକୁ କୁହାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୟାକ୍ସ କ୍ଷେତ୍ରରେ ଜିରୋ ଦୁର୍ନୀତି ଉପରେ ଗୁରୁତ୍ୱ ଦେଇଛନ୍ତି । ଏହାଦ୍ୱାରା ଦେଶର ଅସଲି ଟିକସ ଦାତାଙ୍କୁ ଆଉ ଅଯଥା ସମସ୍ୟାର ସମ୍ମୁଖୀନ ହେବାକୁ ପଡିବନି । ଏହାକୁ ଦୃଷ୍ଟିରେ ରଖି ଦୁର୍ନୀତି କରିଥିବା ଅଧିକାରୀଙ୍କୁ ବାହାର କରାଯାଇଥିବା ଜଣା ପଡିଛି । ସାଧାରଣ ଜନତା କିଭଳି ଏହି ଦୁର୍ନୀତିରେ ହଇରାଣ ନହୁଅନ୍ତି ସେଥିପାଇଁ କେନ୍ଦ୍ର ଏହି ପଦକ୍ଷେପ ନେଇଥିବା ଜଣାପଡିଛି ।