ଦିନକରେ ଭୁବନେଶ୍ୱରରେ ୨୩ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ

0

ଭୁବନେଶ୍ୱର– ଆଜି ପୁଣି ଭୁବନେଶ୍ୱରରେ ୨୩ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦୫ କୁ ବୃଦ୍ଧି ପାଇଛି । ୫ହଜାର ୩୬୬ ଘରକୁ ବୁଲି ୨୨ ହଜାର ୨୬୦ ଜଣଙ୍କ ସ୍ୱାସ୍ଥ୍ୟଗତ ତଥ୍ୟ ସଂଗ୍ରହ କରାଯାଇଛି । ୧୩୯୦ ଟି ଡେଙ୍ଗୁ ସନ୍ଦିଗ୍ଧ ସ୍ଥାନକୁ ହଟାଯାଇଛି ।୫୮୮ ଟି ସ୍ଥାନରେ ଡେଙ୍ଗୁ ଲାର୍ଭା ଚିହ୍ନଟ କରାଯାଇଛି । ଆଜିଠୁ ବିଏମସି ସ୍ୱାସ୍ଥ୍ୟ ଟିମ ବିଭିନ୍ନ ୱାଡ ବୁଲି ତଥ୍ୟ ସଂଗ୍ରହ ସହିତ ଆବଶ୍ୟକ ପଦକ୍ଷେପ ନେଇଛି । ବିଏମସିର ୩ଟି ଜୋନରେ ଏହି ପ୍ରକ୍ରିୟା ଜାରି ରହିଛି ।