ଦେଶରେ ସ୍ଥାପନ ହେବ ଆଉ ୨୩ଟି ନୂଆ ସୈନିକ ସ୍କୁଲ

0

ନୂଆଦିଲ୍ଲୀ: ଦେଶରେ ସ୍ଥାପନ ହେବ ଆଉ ୨୩ଟି ନୂଆ ସୈନିକ ସ୍କୁଲ । ଏହି ପ୍ରସ୍ଥାପକୁ ଅନୁମୋଦନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ତେବେ ଏହି ପଦକ୍ଷେପ ଦ୍ୱାରା ନୂଆ ସୈନିକ ସ୍କୁଏ ଗୁଡିକର ସଂଖ୍ୟା ୪୨କୁ ବୃଦ୍ଧି ପାଇବ ।
ଏନଜିଓ, ବେସରକାରୀ ସ୍କୁଲ୍ ଓ ରାଜ୍ୟସରକାର ମାନଙ୍କ ସହ ଭାଗିଦାରୀରେ ୧୦୦ଟି ନୂଆ ସୈନିକ ସ୍କୁଲ୍ ସ୍ଥାପନ ନେଇ ସରକାର ଘୋଷଣା କରିଥିଲେ । ୧୦୦ଟି ନୂଆ ସୈନିକ ସ୍କୁଲ୍ ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ପଛରେ ଥିବା ମୁଖ୍ୟ କାରଣ ହେଉଛି ଜାତୀୟ ଶିକ୍ଷାନୀତି ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ସମ୍ପନ୍ନ ଉତ୍ତମ ଶିକ୍ଷା ଯୋଗାଇ ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହା ମଧ୍ୟ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣରେ ସାହାଯ୍ୟ କରିବା ସହ ସେମାନଙ୍କୁ ସେନା ବାହିନୀରେ ଯୋଗ ଦେବାରେ ସହାୟତା କରିବ।