(ରିପୋର୍ଟସ ଟୁଡ଼େ): ଚଳିତ ମାସ ୨୩ରୁ ୧୫ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପିର ସଦସ୍ୟମାନେ ପଦଯାତ୍ରା କରିବେ ବୋଲି ଦଳୀୟ ସଭାପତି ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଅପାରଗତା ଓ ମୋଦୀଙ୍କ ଜନକଲ୍ୟାଣ ଯୋଜନାମାନ ପ୍ରଚାର ଲକ୍ଷ୍ୟ ନେଇ ପଦଯାତ୍ରା କରିବ ରାଜ୍ୟ ବିଜେପି।
ଏହି ପଦଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାମାନ ପ୍ରଚାର କରାଯିବ। ମୋଦୀଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଦଳୀୟ କର୍ମକର୍ତାମାନେ ପ୍ରଚାର କରିବେ। ଏହା ବ୍ୟତିତ ଓଡ଼ିଶା ସରକାରଙ୍କ ବିଫଳତା ଓ ଅପାରଗତାକୁ ମଧ୍ୟ ଲୋକଙ୍କୁ କୁହାଯିବ । ନଭେମ୍ବର ୨୩ ତାରିଖରୁ ଡିସେମ୍ବର ୭ ତାରିଖ ପର୍ୟ୍ୟନ୍ତ ପଦଯାତ୍ରା ହେବ । ଦୀର୍ଘ ୧୫ ଦିନ ଧରି ବିଜେପି ନେତାମାନେ ୧୫୦ କିଲୋମଟର ପଦଯାତ୍ରା କରିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।