ବାରବାଟୀରେ ପହଞ୍ଚିଲେ ଖେଳାଳି

0

ଭୁବନେଶ୍ୱର: ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଲାଗି ଦୁଇଟି ଟିମର ଖେଳାଳିମାନେ ସ୍ୱତନ୍ତ୍ର ବସ୍ ଯୋଗେ କଡା ସୁରକ୍ଷା ମଧ୍ୟରେ ହୋଟେଲ ମେଫେୟାରରୁ ବାହାରି ବାରବାଟୀରେ ପହଞ୍ଚିଛନ୍ତି । ତେବେ ଖେଳାଳିଙ୍କ ବସ୍ ଯେଉଁ ରୁଟ୍ ଦେଇ ଯିବାର ଥିଲା ସେହି ରୁଟ୍କୁ ସିଲ୍ କରାଯାଇଥିଲା । ସେପଟେ ବାରବାଟୀ ଷ୍ଟାଣ୍ଡିୟମରେ ଖେଳାଳିଙ୍କୁ ସ୍ୱାଗତ ଲାଗି ପୁଲିସ ପ୍ରଶାସନ ଓ ଆୟୋଜକଙ୍କ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଦର୍ଶକ ତଥା କ୍ରିକେଟ୍ ପ୍ରେମୀଙ୍କ ଟିକେଟ୍ ଯାଞ୍ଚ କରାଯାଇ ଭିତରକୁ ଛଡାଯାଇଥିଲା । ମ୍ୟାଚଟି ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହେବ । କମିଶନରେଟ୍ ପୁଲିସ ପକ୍ଷରୁ ଉଭୟ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କ୍ରିକେଟ୍ ପ୍ରେମୀମାନେ ଭାରତ ସମ୍ପୃକ୍ତ ମ୍ୟାଚରେ ଜିତିବ ବୋଲି ବହୁତ ଆଶାବାଦୀ ରହିଛନ୍ତି ।