ରାଜ୍ୟରେ ଅସମ୍ଭାଳ ହେଲାଣି ମ୍ୟାଲେରିଆ ରୋଗୀ ସଂଖ୍ୟା…

0

ପ୍ରତିରୋଧ ସତ୍ୱେ ବୋଲ ମାନୁନି ମ୍ୟାଲେରିଆ ରୋଗୀ ସଂଖ୍ୟା । ରାଜ୍ୟରେ ଅସମ୍ଭାଳ ହେଲାଣି ମ୍ୟାଲେରିଆ ରୋଗୀ । ରାଜ୍ୟରେ ୨୦୨୨ ରେ ୨୩୭୭୦ ମ୍ୟାଲେରିଆ ରୋଗୀ ଚିନ୍ହଟ ହୋଇଥିବା ବେଳେ ମୃତ୍ୟୁ ବରଣ କରିଛନ୍ତି ୫ ଜଣ । ୨୦୨୨ରେ ସର୍ବାଧିକ ରାୟଗଡା ୪୯୯୮ ଜଣ ମ୍ୟାଲେରିଆ ରୋଗୀ ଚି଼ହ୍ନଟ । ୨୦୨୩ ରେ ୪୧୯୭୩ ମ୍ୟାଲେରିଆ ରୋଗୀ ଚିନ୍ହଟ ହୋଇଥିବା ବେଳେ ମୃତ୍ୟୁ ବରଣ କରିଛନ୍ତି ୪ ଜଣ । ୨୦୨୩ରେ ସର୍ବାଧିକ ରାୟଗଡାରେ ୯୯୨୫ ଜଣ ମ୍ୟାଲେରିଆ ରୋଗୀ ଚି଼ହ୍ନଟ । ସେହିପରି ୨୦୨୪ରେ ମ୍ୟାଲେରିଆ ରୋଗୀ ୬୮୬୯୩ ଜଣ ଚି଼ହ୍ନଟ ହୋଇଥିବା ବେଳେ ମୃତ୍ୟୁ ବରଣ କରିଛନ୍ତି ୬ ଜଣ । ୨୦୨୪ରେ କଳାହାଣ୍ଡିରେ ୧୪ ହଜାର ୩୯୯ଜଣ ମ୍ୟାଲେରିଆ ରୋଗୀ ଚି଼ହ୍ନଟ । ବିଧାନସଭାରେ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଲିଖିତ ଉତ୍ତର ।