ଭୁବନେଶ୍ୱର : ବିବାହ ଋତୁରେ ସୁନା ଦୋକାନରୁ ମୁହଁ ଫେରାଇଲେଣି ଗ୍ରାହକ । ସୁନା ଦର ଏବେ ଆକାଶ ଛୁଆଁ ହେଲାଣି । ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପ୍ରତି ୯୯,୬୦୦ରେ ପହଞ୍ଚିଛି । ଗତକାଲି ଏହା ୯୯,୦୦୦ ଟଙ୍କା ଥିଲା । ଏଥିରେ ୬୦୦ ଟଙ୍କା ବୃଦ୍ଧି ହୋଇଛି। ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୧,୩୦୦ ରହିଛି । ଗତକାଲି ଏହା ୯୦,୭୫୦ ଟଙ୍କା ଥିଲା । ଏଥିରେ ୫୫୦ ଟଙ୍କା ବୃଦ୍ଧି ହୋଇଛି । ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୪,୭୦୦ ଟଙ୍କା ରହିଛି । ଗତକାଲି ଏହା ୭୪,୨୫୦ ଟଙ୍କା ଥିଲା । ଏଥିରେ ୪୫୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି ରୁପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ । ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୧୦୦ ରହିଛି । ଗତକାଲି ମଧ୍ୟ ଏତିକି ଥିଲା ।