JMM ଦଳ ତରଫରୁ ପନ୍ଦର ଦଫା ଦାବି ନେଇ ଆଜି 24ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

0

ରାଇରଙ୍ଗପୁର : JMM ଦଳ ତରଫରୁ ପନ୍ଦର ଦଫା ଦାବି ନେଇ ଆଜି 24ଘଣ୍ଟିଆ ମୟୂରଭଞ୍ଜ ବନ୍ଦ।  ଆଜି JMM ଦଳ ତରଫରୁ ପନ୍ଦର ଦଫା ଦାବି ନେଇ 24ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଥିଲା। ଆଜି ସକାଳ ଛଅଟା ରୁ JMM ଦଳ ର କର୍ମୀ ମାନେ ରାଇରଙ୍ଗପୁର ଗୋଲେଇ ଛକ ଏବଂ ମୁର୍ମୁ ଛକ  ଠାରେ  ଗାଡି ଗୁଡିକୁ ଅଟକାଇ ଥିଲେ। ତାପରେ ସ୍କୁଲ, କଲେଜ, ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ , କୋର୍ଟ, କୋଚେରି, ଅଫିସ, ବ୍ୟଙ୍କ ଏକ ରକମ ବନ୍ଦ ହୋଇଯାଇଥିଲା।

ଖାଲି ମେଡିସିନ ଦୋକାନ ଛଡା ଅନ୍ୟ କିଛି ଦୁକାନ ଖୁଲା ନ ଥିଲା। ସେହଭଳି ଆମ୍ବୁଲାନ୍ସ କୁ ଛାଡି ବାକି ସବୁ ଜାନ ବାହନ ଗୁଡିକ ଚଳlଚଳ ଠପ୍ ହୋଇଯାଇଥିଲା। ତାଙ୍କର ଏହି ପନ୍ଦର ଦଫା ଦାବି ମଧ୍ୟରୁ ଭତା 500ରୁ ହଜାରେ ଟଙ୍କାକୁ ବୃଦ୍ଧି କରାଯାଉ, ସେହଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏକଲକ୍ଷ ତିରିଶ ହଜାର ଟଙ୍କାକୁ ବୃଦ୍ଧି କରାଯାଉ। ଯଦି ସରକାର ଆଗାମୀ ଦିନରେ ଏହି ସବୁ ଦାବି ଗୁଡିକ ନ ମାନନ୍ତି, ତାହାଲେ ଆଗାମୀ ଦିନରେ ବିରାଟ ଆନ୍ଦୋଳନ କରାଯିବ ବୋଲି ଗଣମlଧ୍ୟମକୁ ସୂଚନା ଦେଇଛନ୍ତି। ସେହି ପରି ଜାମଦା, ବହଳଦା, ତିରୀଙ୍ଗ, ଝରାଡିହି, ଗୋରୁମହିଷାଣୀ, ବିଜାତଲା, ବିଶୋୟ, ବାଦାମ ପାହାଡ ରେ ମଧ୍ୟ ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଥିଲା। ଜନ ସାଧରଣଏହି ବନ୍ଦ ଡାକରା କୁ ପୂର୍ଣ୍ଣ ମାତ୍ର ରେ ସହଯୋଗ କରିଥିଲେ। ଏହି ବନ୍ଦକୁ ସଫଳ କରିବାରେ ରାଇରଙ୍ଗପୁରରେ JMMର କର୍ମୀ ସାଲୁ କିସ୍କୁ, ସୁନିଲ ମାଝୀ, ସନାତନ ମୁଣ୍ଡା, ମିନା ସୋରେନ, ମୋନୋଜ, ବାବୁଲୁ, କାଳୀ, ଫାଗୁ ଏବଂ ବହୁJMM କର୍ମୀ ଉପସ୍ଥିତ ଥିଲେ।