ଭୁବନେଶ୍ୱର : ରାଜ୍ୟରେ ଖୋଲିବ 25 ଟି ନୂଆ ଅବକାରୀ ଥାନା। ବେଆଇନ ମଦ କାରବାର ଉପରେ ରୋକ ଲଗାଇବା ପାଇଁ ସରକାରଙ୍କ ନୂଆ ପଦକ୍ଷେପ। ମୋଟ 16 ଟି ସ୍ଥାନରେ 25 ଟି ଅବକାରୀ ଥାନା ଖୋଲାଯିବ। କେବଳ ଗଞ୍ଜାମ ରେ 6 ଟି ନୂଆ ଅବକାରୀ ଥାନା ଖୋଲିବ ନେଇ ଦେଲେ ସୂଚନା । ତେବେ ଗଞ୍ଜାମ ରେ ୩ ଓ ବ୍ରହ୍ମପୁର ରେ 3 ଟି ନୂଆ ଅବକାରୀ ଥାନା ହେବ। ଚିକିଟି ମଦମୃତ୍ୟୁ ପରେ ଗଞ୍ଜାମ ଜିଲ୍ଲାରେ 6 ଟି ଅବକାରୀ ଥାନା ପ୍ରତିଷ୍ଠା ହେବ। ବେଆଇନ ମଦ କାରବାର ରୋକିବା ଦିଗରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଅବକାରୀ ଅଧିକ୍ଷକଙ୍କୁ ଚିଠି ପଠାଯାଇଛି । ଭୁବନେଶ୍ୱରରେ ଗୋଟିଏ ଓ ବାଲେଶ୍ବର, ଗଞ୍ଜାମ ଓ ବ୍ରହ୍ମପୁରରେ ୩ଟି ଲେଖାଏଁ ଖୋଲାଯିବ । କଟକ, ନୟାଗଡ, ମୟୁରଭଞ୍ଜରେ ୨ଟି ଲେଖାଏଁ ଅବକାରୀ ଥାନା ଖୋଲାଯିବ ।
ସେପଟେ ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଚିକିଟି ବିଷାକ୍ତ ମଦ ମୃତ୍ୟୁ ଘଟଣା ଗୃହରେ ଉଠାଇଛନ୍ତି । ବିଜେପି ସରକାର ନିଶା ମୁକ୍ତ ଓଡିଶା ଗଠନ କରିବା ପାଇଁ କହି ସରକାରକୁ ଆସିଥିବାବେଳେ ମଦ ମୃତ୍ୟୁ ହେଇଚାଲିଛି । ଚିକିଟିରେ ବିଷାକ୍ତ ମଦ ପିଇ ଆଉ ଜଣଙ୍କର ମୃତ୍ୟୁ ଆଜି ଘଟିଛି। ଅବକାରୀ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ। ଏହା ସହ ସରକାର ଗୃହରେ ବିବୃତି ରଖନ୍ତୁ ବୋଲି ବିରୋଧୀ ନେତ୍ରୀ କହିଛନ୍ତି ।