ଦୁବାଇର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଜିର ମ୍ୟାଚ୍ରେ ନ୍ୟୁଜିଲାଣ୍ଡ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ଭଲ ଆରମ୍ଭ କରିଥିଲା ମଧ୍ୟ ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବଙ୍କ ସ୍ପିନ୍ ଆଗରେ ମାତ୍ର ୩ ଓଭରରେ ନ୍ୟୁଜିଲାଣ୍ଡର ୩ଟି ଭଲ ବ୍ୟାଟ୍ସମ୍ୟାନ ପାଭିଲିୟନ ଫେରିଥିଲେ । ଚକ୍ରବର୍ତ୍ତୀ ୱିଲ୍ ୟଙ୍ଗଙ୍କୁ ଆଉଟ୍ କରିଥିଲେ ଏବଂ କୁଲଦୀପ ଯାଦବ ରଚିନ୍ ରବିନ୍ଦ୍ରଙ୍କୁ ଆଉଟ୍ କରିଥିଲେ। ଏହାପରେ ନ୍ୟୁଜିଲାଣ୍ଡ୍ ବ୍ୟାଟ୍ସମ୍ୟାନ୍ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ନ୍ୟୁଜିଲାଣ୍ଡ୍ ପକ୍ଷରୁ ୱିଲ୍ ୟଙ୍ଗ ୧୫ ରନ୍ କରିଥିବାବେଳେ ରଚିନ୍ ରବିନ୍ଦ୍ର ୩୭ ରନ୍ କରିଥିଲେ। ସେହିପରି କେନ୍ ୱିଲମସନ୍ ୧୧ ରନ୍, ଡାରେଲ ମିଚେଲ୍ ୬୩ ରନ୍, ଟମ୍ ଲାଥାମ୍ ୧୪ ରନ୍, ଗ୍ଲେନ୍ ଫିଲିପ୍ସ ୩୪ ରନ୍, ମିଚେଲ୍ ବ୍ରାସୱେଲ ଅପରାଜିତ ୫୩ ରନ୍ କରିଥିଲେ। ଏବଂ ଟିମ୍ ଇଣ୍ଡିଆ ପାଇଁ ୨୫୨ରନ ଟାର୍ଗଟ ଦେଇଥିଲେ । ସେହିପରି ଟିମ୍ ଇଣ୍ଡିଆର ବରୁଣ ଚକ୍ରବର୍ତ୍ତୀ ୨ ୱିକେଟ, କୁଲଦୀପ ଯାଦବ ୨ ୱିକେଟ ନେଇଥିଲେ। ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଥିଲେ। ମହମ୍ମଦ ସାମି ମଧ୍ୟ ଗୋଟିଏ ୱିକେଟ ନେଇଥିଲେ।