ପୁଣି ୨୬ ଟିକିଆ ହାତୀ ପଲଙ୍କ ଉପଦ୍ରଵ
ଣି ୨୬ ଟିକିଆ ହାତୀ ପଲଙ୍କ ଉପଦ୍ରଵ । ଚମ୍ପୁଆ ରେଞ୍ଜର ଗଣ୍ଡବରେଇ ଗାଁ ଜଙ୍ଗଲରେ ହାତୀ ଆତଙ୍କ।
(କେଉଁଝର) : ପୁଣି ୨୬ ଟିକିଆ ହାତୀ ପଲଙ୍କ ଉପଦ୍ରଵ । ଚମ୍ପୁଆ ରେଞ୍ଜର ଗଣ୍ଡବରେଇ ଗାଁ ଜଙ୍ଗଲରେ ହାତୀ ଆତଙ୍କ। ଆଜି ସକାଳୁ ସକାଳୁ ଏହି ହାତୀପଲ ଗାଁ ନିକଟ ଜଙ୍ଗଲକୁ ପଶିଆସିଛନ୍ତି। ଫଳରେ ଗାଁ ଲୋକମାନେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ସୂଚନାନୁଯାୟୀ , ଏହି ହାତୀପଲ ରବିବାର ଠାରୁ କେନ୍ଦୁଝର ପଳାଶପଙ୍ଗା ବିଟ୍ର ତିଆତିପଶି ଜଙ୍ଗଲରେ ଡେରା ପକାଇ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳାଇ ଥିଲେ। ଆଜି ସକାଳୁ ସକାଳୁ ହାତୀପୋଲ ଗଣ୍ଡନରେଇ ଗାଁରେ ଧାନ ଫସଲ ଖାଇବା ସହିତ ଦଳି ଚକଟି ଦେବାରୁ ଚାଷୀଙ୍କ ଏକର ଏକର ଧାନ ଫସଲ ନଷ୍ଟ ହୋଇଯାଇଛି। ଫଳରେ ଚାଷୀକୂଳ ଚିନ୍ତାରେ ପଡିଛନ୍ତି । ସେପଟେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛି।