ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୬ତମ ଶ୍ରାଦ୍ଧ ଦିବସ
ଭୁବନେଶ୍ୱର: ଆଜି ହେଉଛି ବିଜୁ ବାବୁଙ୍କ ୨୬ତମ ଶ୍ରାଦ୍ଧ ଦିବସ । ବିଜୁ ବାବୁ ହେଉଛନ୍ତି ସେବା, ତ୍ୟାଗ ଓ ସ୍ୱାଭିମାନର ପ୍ରତିକ । ଆଉ ଆଜି ସେହି ପ୍ରବାଦ ପୁରୁଷଙ୍କ ଇହଲୀଳା ତ୍ୟାଗକୁ ପୁରିଛି ୨୬ ବର୍ଷ । ୫ ମାର୍ଚ୍ଚ ୧୯୧୬ରେ ଓଡିଆ ମାଟି ଓ ଓଡିଆ ଜାତିରେ ଜନ୍ମ ନେଇଥିଲେ ଆଧୁନିକ ଓଡିଶାର ନିର୍ମାତା ବିଜୁ ପଟ୍ଟନାୟକ । ଓଡିଶା ପ୍ରତି ତାଙ୍କର ସେବା , , ନିଷ୍ଠା ଏବଂ ଓଡିଶା ଜାତି କୁ ଭଲ ପାଇବା ତାଙ୍କୁ ବିଜୟାନନ୍ଦ ପଟ୍ଟନାୟକ ରୁ ବିଜୁ ପଟ୍ଟନାୟକ ରେ ପରିଣତ କରିଥିଲା ।
ବିଜୁ ବାବୁ ଙ୍କର ସାହାସ , ବ୍ୟକ୍ତିତ୍ୱ , ଦୂରଦୃଷ୍ଟି ଓ ମାନସିକତା ଯେପରି ଥିଲା ସେଥିରେ ସେ ଅନେକ କୀର୍ତ୍ତିମାନ ରଚି ଯାଇଛନ୍ତି ଯାହା ସାଧାରଣ ମଣିଷଟେ ପାଇଁ ଅସମ୍ଭାବ ଓ କଳ୍ପନାର ବାହାରେ । ସ୍ୱାଧୀନତା ଆନ୍ଦୋଳନରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ନିରାପଦ ସ୍ଥାନକୁ ଉଡାଇନେବା ହେଉ ,କିମ୍ବା ପାକିସ୍ତାନ ସମରô୍ଥତ ଭାରତିୟ ବିଚ୍ଛିନ ବାଦୀ ଆତଙ୍କବାଦୀ ଙ୍କୁ ଅଟକାଇବା ପାଇଁ ରାତି ଅଧରେ ଶ୍ରୀନଗର ଠାରେ ଭାରତିୟ ସୈନିକଙ୍କ ନିକଟରେ ଖାଦ୍ୟ ଅସ୍ତ୍ର ପହଞ୍ଚାଇବା ହେଉ , ସବୁଠାରୁ ଦୁଃସାହାସିକତା ଭାବେ ଇଣ୍ଡୋନେସିଆ ରେ ପର୍ତ୍ତୁଗ୍ରୀଜ ବିଦ୍ରୋହୀଙ୍କ କବଳରୁ ଇଣ୍ଡୋନେସିଆ ଶ୍ରୀର୍ଷ ନେତା ଙ୍କୁ ଉଦ୍ଧାର କରିବା ହେଉ ଏହି ସବୁ ଘଟଣା ବିଜୁ ବାବୁଙ୍କ ଅଦମ୍ୟ ସାହାସର ପରିଚୟ ଦେଇଥିଲେ । ତାହା ଇତିହାସ ପୃଷ୍ଟାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି ।
ବିଜୁ ବାବୁଙ୍କର ବିରୋତ୍ୱ ଗାଥା କେବଳ ଦେଶ ଭିତରେ ସୀମିତ ହୋଇରହିନଥିଲା । ତାହା ସମଗ୍ର ବିଶ୍ୱରେ ପରିବ୍ୟାପ୍ତ ଥିଲା । ସ୍ୱାଧୀନତାର ପରବର୍ତ୍ତୀକାଳରେ ସେ ରାଜନୀତି ସହ ଜଡିତ ହୋଇ ଓଡିଶାର ପ୍ରଗତି ପାଇଁ ପ୍ରୟାସ କରିଥିଲେ । ବିଜୁ ବାବୁଙ୍କ ମତରେ କୃଷି ଓ ଶିଳ୍ପ ଓଡିଶାର ପ୍ରଗତିର ମୂଳ ସ୍ତମ୍ବ । ତେଣୁ ଏହି ଦୁଇଟି କ୍ଷେତ୍ରରେ ବିକାଶ ପାଇଁ ସେ ଗୁରୁତ୍ୱ ଦେଇଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ସମାଜର ସାମଗ୍ରିକ ବିକାଶରେ ମହିଳାମାନଙ୍କ ଭାଗୀଦାରିକୁ ବଢ଼ାଇବା ସକାଶେ ୧୯୯୨ ମସିହାରେ ସେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କରାଇଥିଲେ। ଏଣୁ ତାଙ୍କର ଜନ୍ମତିଥିକୁ ସାରା ରାଜ୍ୟରେ ପଞ୍ଚାୟତି ଦିବସ ରୂପେ ପାଳନ କରାଯାଉଛି। ଛାତ୍ର ଜୀବନରୁ ସେ ନିର୍ଭୀକ ଓ ସାହସୀ ଥିଲେ। ତେବେ ଆଜି ହେଉଛି ବିଜୁ ବାବୁଙ୍କ ୨୬ତମ ଶ୍ରାଦ୍ଧ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତିରୋଧାନ ଦିବସକୁ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ନିରାଡମ୍ବର ଭାବେ ପାଳୁଛି ବିଜୁ ଜନତା ଦଳ ।